ନିଶ୍ଚିନ୍ତକୋଇଲି, ୨୮/୦୧/୨୦୨୫ (ଓଡିଶା ସମାଚାର/ ଅଭୟଜେନା )- ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ସୁଭଦ୍ରା ମହତାବ କଲେଜ ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଏ ଟି ଏମ ରେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ଏ ଟି ଏମରୁ ଧୂଆଁ ଉଠିବା ପରେ ଆଖ ପାଖ ଧୂଆଁମୟ ହୋଇଯାଇଥିଲା ଓ ମେସିନ ରେ ନିଆଁ ଲାଗିଯାଇଥିବା ଲୋକେ କହିଛନ୍ତି ।ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ସଟ ସର୍କିଟ ଯୋଗୁ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ । ନିଆଁ ରେ ମେସିନ ମଧ୍ୟ ପୋଡି ଯାଇଛି । ପୋଲିସ ଓ ବ୍ୟାଙ୍କ କର୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି ।
ଆକ୍ସିସ ବାଙ୍କ ଏ ଟି ଏମ ରେ ଅଗ୍ନିକାଣ୍ଡ
