ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଭୁବନେଶ୍ୱର,୧୯/୦୮/୨୦୨୫ (ଓଡ଼ିଶା ସମାଚାର /ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି । ଏହା ଦେଶ ପାଇଁ ଏକ ଗୌରବମୟ ମୁହୂର୍ତ ଥିଲା ।

ସାକ୍ଷାତ ସମୟରେ, ଦୁହେଁ ମହାକାଶରେ ଶ୍ରୀ ଶୁକ୍ଳାଙ୍କ ଅଭିଜ୍ଞତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଭାରତର ଅଗ୍ରଗତି ଏବଂ ଦେଶର ମହତ୍ୱାକାଂକ୍ଷୀ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ – ଗଗନଯାନ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି: “ଶୁଭାଂଶୁ ଶୁକ୍ଳାଙ୍କ ସହ ବହୁତ ଭଲ ଆଲୋଚନା ହୋଇଛି । ଆମେ ମହାକାଶରେ ତାଙ୍କର ଅଭିଜ୍ଞତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ପ୍ରଗତି ଏବଂ ଭାରତର ମହତ୍ୱାକାଂକ୍ଷୀ ଗଗନଯାନ ମିଶନ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ । ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ ।’’

Leave a Reply

Your email address will not be published. Required fields are marked *