କେନ୍ଦ୍ରାପଡ଼ା ୦୭/୧୧/୨୦୨୫(ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶର ପ୍ରତି ସଂସଦୀୟ କ୍ଷେତ୍ରରେ ଆୟୋଜିତ ହେଉଥିବା ସାଂସଦ ଖେଳ ମହୋତ୍ସବ- ୨୦୨୫ କେନ୍ଦ୍ରାପଡ଼ା ଜିଲାରେ ଆସନ୍ତା ନଭେମ୍ବର ୧୩ ତାରିଖ ଠାରୁ ଆୟୋଜନ କରାଯିବ । କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ତତ୍ୱ୍ୱାବଧାନରେ ଆୟୋଜିତ ଏହି ଖେଳ ପାଇଁ ଲୋକସଭା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି ।
ଜିଲାପାଳ ରଘୁରାମ ଆର. ଆୟର, ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲା ଶାରିରୀକ ଶିକ୍ଷା ଅଧିକାରୀ ସ୍ମିତାରାଣୀ ସାହୁଙ୍କ ଉପସ୍ଥିତିରେ ସାଂସଦ ଖେଳ ମହୋତ୍ସବ କମିଟି ଦାୟିତ୍ୱରେ ଥିବା ଶଶାଙ୍କ ଶେଖର ସେଠୀ, ଦୁର୍ଯେ୍ୟାଧନ ସାହୁ, କିଶୋର କୁମାର ପଣ୍ଡା, ଗୀତାଞ୍ଜଳୀ ସେଠୀ, ସୁନାକର ବେହେରା, ସଲିମ ଖାଁ, ଅଭିମନ୍ୟୁ ଗୋଛାୟତ, ସଞ୍ଜୟ ରଥ, ଅମିତାଭ ସୁଆର, ସତ୍ୟବାଦୀ ଚୈନୀ, ବିକାଶ କୁମାର ନାୟକ, ସାଂସଦଙ୍କ ପ୍ରତିନିଧି ଧୃବ ଚରଣ ରାଉତ, ମହିମାନନ୍ଦ ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ସମେତ ପ୍ରତି ବ୍ଲକର ସଂଯୋଜକ ମାନେ ଉପସ୍ଥିତ ଥିଲେ ।
ନିଷ୍ପତି ଅନୁସାରେ ନଭେମ୍ବର ୧୩ ତାରିଖରୁ ୧୮ ତାରିଖ ମଧ୍ୟରେ ମଣ୍ଡଳ/ଜିଲା ପରିଷଦ ଜୋନ ସ୍ତରୀୟ, ଡିସେମ୍ବର ମାସ ୦୧ ତାରିଖରୁ ଡିସେମ୍ବର ୧୦ ତାରିଖ ମଧ୍ୟରେ ବ୍ଲକ ସ୍ତରୀୟ ଓ ଡିସେମ୍ବର ୧୫ ତାରିଖରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା ଲୋକସଭା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ମାନ ନିର୍ଦ୍ଧାରିତ ଖେଳ ପଡିଆରେ ଆୟୋଜନ କରାଯିବ । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ପଞ୍ଜିକରଣ କରିଥିବା ପ୍ରାୟ ପଚାଶ ହଜାର ଛାତ୍ରଛାତ୍ରୀ ଓ ଯୁବ କ୍ରୀଡ଼ାବିତ ମାନଙ୍କୁ ଏହି ଖେଳ ମହୋତ୍ସବରେ ବହୁ ସଂଖ୍ୟାରେ ସାମିଲ୍ ହୋଇ ସାଂସଦ ଖେଳ ମହୋତ୍ସବ ୨୦୨୫କୁ ସଫଳ କରିବା ପାଇଁ ମହୋତ୍ସବର ସଂଯୋଜକ ସୁନାକର ବେହେରା ଅନୁରୋଧ କରିଛନ୍ତି ।
