ବାଲିଗୁଡ଼ା,୨୩/୦୬/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ବିରାଗୁଡା ଠାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଠାରୁ ତିନି ଦିନ ଧରି ମାଁ ବନଦୁର୍ଗା ଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ରୀତିରେ ଆରମ୍ଭ ହୋଇଛି। ପ୍ରଥମ ଦିନ ରେ ଦମଦେଇ ଓ ଆପ୍ରା ନଦୀ ର ସଙ୍ଗମ ସ୍ଥଳ ରୁ କଳସ ରେ ପଵିତ୍ର ଜଳ ନେଇ କଳସ ଯାତ୍ରା ହୋଇଥିବା ବେଳେ, ଅଙ୍କୁରାରୋପଣ ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ପୂଜକ ପ୍ରମୋଦ କୁମାର ମହାପାତ୍ର, ଜଗତସିଂପୁର ର ଜଗନ୍ନାଥ ପଣ୍ଡା, ଯାଜପୁରରୁ ପ୍ରକାଶ ପଣ୍ତା ତିନି ପୂଜକ ପୁଜା କାର୍ଯ୍ୟ ରେ ନିୟୋଜିତ ରହିଥିବା ବେଳେ କର୍ତ୍ତା ଭାବରେ ସୁରେଶ ପଣ୍ତା ଓ ଧର୍ମ ପତ୍ନି ମଧୁ ଲିକା ପଣ୍ତା ରହିଛନ୍ତି । ମଙ୍ଗଳବାର ଦିନ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ରତ୍ନମୁଦ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ହୋଇଥିବା ବେଳ ବୁଧବାର ଦିନ ଯମୁନା ଯାତ୍ରା, ମାଁ ଙ୍କ ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ କୁହାଯାଇଛି।
