ନିମାପଡା,୨୭/୦୧/୨୦୨୫ (ଓଡ଼ିଶା ସମାଚାର)- ନିମାପଡା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ। ଐତିହାସିକ ବାରବାଟୀ ପଡିଆରେ ବ୍ଲକ ପକ୍ଷରୁ ଆୟୋଜିତ ଉତ୍ସବରେ ପଞ୍ଚାୟତ ସମିତି ଅଧକ୍ଷ ଶଙ୍କର ଭୋଇ ଜାତୀୟ ପତକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।ଏହି ଉତ୍ସବରେ ଉପାଧ୍ୟକ୍ଷା ଅନୁସୟା ମହାନ୍ତି,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ବରାଳ, ତହସିଲଦାର ବସନ୍ତ କୁମାର ହାତୀ,ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ଦାଶ,
ଜେଲର ସ୍ମିତା ମହାନ୍ତି ଓ ଅଗ୍ନିଶମ ଅଧିକାରୀ ସରୋଜ ସାହୂ ପ୍ରମୁଖ ଉପସ୍ଥିତ ଥିଲେ।ନିମାପଡା ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମହାସମାରୋହରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ସ୍କୁଲ ଆଉ କଲେଜର ଛାତ୍ର ଛାତ୍ରୀ ମାନେ ମିଳିତ ପ୍ୟାରେଡରେ ଅଂଶ ଗ୍ରହଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ପ୍ୟାରେଡରେ ଶ୍ରେଷ୍ଠ ପ୍ରତିପାଦନ ପାଇଁ ଭେଙ୍କେଟେଶ୍ବର ସ୍କୁଲକୁ ମୋହନ ଦାଶ ସ୍ମାରକୀ ଟ୍ରଫି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରତିପାଦନ ପାଇଁ ବିବେକାନନ୍ଦ ସ୍କୁଲକୁ ରତ୍ନାକର ଦାଶ ଟ୍ରଫି ପ୍ରଦାନ କରା ଯାଇଥିଲା।
