ବିଜେପି କଟକ ଜିଲ୍ଲା ସଭାପତି ହେଲେ ନିଆଳୀର ସୁକାନ୍ତ ବିଶ୍ୱାଳ

ନିଆଳୀ ୨୭/୦୧/୨୦୨୫ (ଓଡ଼ିଶା ସମାଚାର)-ନିଆଳୀ ନିର୍ବାଚନ ମଣ୍ଡଳୀ ପାଇଁ ଖୁସିର ଖବର । ନିଆଳୀ ପୁଅକୁ ମିଳିଛି ନୂଆ ଦାୟିତ୍ୱ । ଭାରତୀୟ ଜନତା ପାର୍ଟିର କଟକ ଜିଲ୍ଲା ସଭାପତି ଭାବେ ସୁକାନ୍ତ ବିଶ୍ୱାଳ (ଲିଟୁ ସାର )ଙ୍କୁ ଚୟନ କରାଯାଇଛି.। ଯୁବନେତା ସତ୍ୟଜିତ ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ଜଲ୍ହାର ପୁର  ନିଜ ଗାଁରେ ପ୍ରଥମେ ଗ୍ରାମଦେବତୀ, ହନୁମାନ ମନ୍ଦିର ,ପରେ ନିଜ ଘରୁ ବାପା,ମା ,ପରିବାରର ସମସ୍ତ ଗୁରୁଜନଙ୍କ ଆଶୀର୍ବାଦ ନେଇ ସୋମନାଥଙ୍କ ଦର୍ଶନ ପରେ ନିଆଳୀ ର ଆରାଧ୍ୟ ଦେବତା ବାବା ଶୋଭନେଶ୍ୱରଙ୍କ ଦର୍ଶନ ଏବଂ ଆଶୀର୍ବାଦ ପରେ ନିଆଳୀ ବିଧାୟକ ଇଂ ଛବି ମଲ୍ଲିକ ତାଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ. । ପ୍ରଭୁ ଶ୍ରୀ ଶୋଭନେଶ୍ୱରଙ୍କ ପାଖରୁ ଏକ  ବିଶାଳ ରାଲିରେ ଜଲ୍ହାରପୁର ପର୍ଯ୍ୟନ୍ତ ଶହ ଶହ କର୍ମୀଙ୍କ ଦ୍ୱାରା ପହଞ୍ଚି ସମସ୍ତଙ୍କ ଆଶୀର୍ବାଦ ନେଇଥିଲେ. । ଏତେ ମାତ୍ରାରେ ସମର୍ଥନ ମିଳିଥିଲା ଯେ ଯୁବନେତା ସତ୍ୟଜିତ ବିଶ୍ୱାଳ,ସନ୍ତୋଷ ବିଶ୍ୱାଳ,ବିଜେପି ନେତା ଆଲୋକ ଲେଙ୍କା,ସାସଂଦଙ୍କ ପ୍ରତିନିଧି ଜ୍ୟୋତି ରଂଜନ ମହାନ୍ତି,ସମସ୍ତ ମଣ୍ଡଳ ସଭାପତି ଯଥା ଶାନ୍ତନୁ କୁମାର ଦାସ,ନବଘନ ସ୍ୱାଇଁ,ରାଜେଶ ମହାରଣା,ବୃଶକେତୁ ସାମଲ,ବିଶ୍ୱ ରଂଜନ ମହାନ୍ତି,ଲଲାଟେନ୍ଦୁ ପାତ୍ର,ଅଶ୍ୱିନୀ କାଣ୍ଡିଙ୍କ ସମେତ ବହୁ ସମର୍ଥକ ଯୋଗଦେଇଥିଲେ. ।

Leave a Reply

Your email address will not be published. Required fields are marked *