ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ସାଧାରଣତନ୍ତ୍ର ଦିବସ

କେନ୍ଦ୍ରାପଡ଼ା,୨୭/୦୧/୨୦୨୫(ଓଡ଼ିଶା ସମାଚାର)-ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ଆଜାଦହିନ୍ଦ ଟ୍ରଷ୍ଟ ଓ କଳ୍ପନା କ୍ରୀଏଟିଭ କମ୍ର ମିଳିତ ଆନୁକୂଲ୍ୟରେ ନେତାଜୀ ମଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଟ୍ରଷ୍ଟର ମୁଖ୍ୟ ଅବନୀ କୁମାର ଦାସ ଯୋଗଦେଇ ଜାତୀୟ ପତକା ଉତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମନ୍ଦରଧର ରଥ, ରବିନ୍ଦ୍ର ସାହୁ, ଗଣେଶ ଚନ୍ଦ୍ର ସାହୁ, ହେମନ୍ତ ନାୟକ, ଗୌରାଙ୍ଗ ନାୟକଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏଥିସହିତ ଜାତିରଜନକ ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚରଣ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *