ସମୀର ଟିଭିଏସରେ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡ଼ା,୨୭/୦୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର କକେଶପୁରବଜାରସ୍ଥିତ ସମୀର ଟିଭିଏସ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମୀର ଟିଭିଏସର ମୁଖ୍ୟ ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତକା ଉତୋଳନ କରି ଆମ ଦେଶର ସାର୍ବଭୋ÷÷ମତା ରକ୍ଷା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ଗ୍ରାହକମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ ସହ ସମସ୍ତେ ମିଳିମିଶି କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ସଂସ୍ଥାର ମୁଖ୍ୟ ଶ୍ରୀ ଚାନ୍ଦ ଗ୍ରାହକମାନଙ୍କୁ ସେବା ଯୋଗାଇଦେବା ପ୍ରକୃତ ଧର୍ମ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତ କର୍ମଚାରୀମାନେ ଗ୍ରାହକମାନଙ୍କୁ ଭଗବାନ ସଦୃଶ ଭାବି ସେବା ଯୋଗାଇ ଦେବାକୁ ତ୍ରୀରଙ୍ଗା ପତକା ତଳେ ଶପଥ ନେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସ ରକ୍ତଦାନ କରିଥିବା ସମୀର ଟିଭିଏସର କର୍ମଚାରୀମାନଙ୍କୁ ପ୍ରମାଣପତ୍ର ଏବଂ ମେଡାଲ ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମୀର ଟିଭିଏସର କର୍ମଚାରୀ ଅନିଜା ଜେନା, ଦେବସ୍ମିତା, ସତ୍ୟବ୍ରତ ଦାସ, ଲକ୍ଷ୍ମୀକାନ୍ତ ବେହେରା, ଲକ୍ଷ୍ମୀପ୍ରିୟା ମହାପାତ୍ର, ଧନେଶ୍ୱର ମଲିକ, ଅଭିଜିତ ରାଉତ, ସଶ୍ମିତା ଦାସ, ରୀତାଞ୍ଜଳି ସ୍ୱାଇଁ, ସୁକୁମାର ଚାନ୍ଦ, ଶ୍ରୀମନ୍ତ ବିଶୋଇ, ରତିକାନ୍ତ ପ୍ରଧାନ, ମନୋରଞ୍ଜନ ଘୋଷ, ସୁରେଶ ସ୍ୱାଇଁ, ବଳରାମ ସେଠୀ, ଦିପ୍ତିମୟୀ ସେଠୀ, ଭାନୁପ୍ରିୟା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କ୍ଷିତିଶ କୁମାର  କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *