ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ ତରଫରୁ ଦିବ୍ୟାଶିଷ ଦିବସ ପାଳିତ   

                                       ଗୁରୁଜୀ ଶିରିଡି ସାଇବାବାଙ୍କ ଅନନ୍ୟ ଭକ୍ତ – ଉପମୁଖ୍ୟ ମନ୍ତ୍ରୀ  କନକ ବର୍ଦ୍ଧନ

-ଭୁବନେଶ୍ୱର,୨୬/୧୨/୨୦୨୫ (ଓଡ଼ିଶା ସମାଚାର)-  ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ଆନୁକୁଲ୍ୟରେ ଦିବ୍ୟାଶିଷ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ଶିରିଡି ସାଇ ବାବାଙ୍କ  ପରମ ଭକ୍ତ ଗୁରୁଜୀ ଡ ଚନ୍ଦ୍ରଭାନୁ ଶତପଥୀଙ୍କ ୮୦ତମ ଜନ୍ମଦିନ ପାଳନ ଉପଲକ୍ଷେ ଡିସେମ୍ବର ୨୪ ତାରିଖ ଦିନ ଟ୍ରଷ୍ଟ ତରଫରୁ ଚେତନା ମାନସିକ ଅନଗ୍ରସର ଅନୁଷ୍ଠାନରେ ଭିନ୍ନକ୍ଷମ ଶିଶୁମାନଙ୍କ ଗହଣରେ ଗୁରୁଜୀଙ୍କ ୮୦ତମ ଜନ୍ମ ଦିବସକୁ କେକ୍ କାଟି ମହମବତୀ ଜାଳି ଗୁରୁଜୀଙ୍କ ଦୀର୍ଘ ଜୀବନ କାମନା କରି ନିରାଡମ୍ବର ଭାବରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟ ସଭା ସଦାସ୍ୟ ମୁନ୍ନା ଖାଁ ଯୋଗଦାନ କରିଥିବା ବେଳେ, ରାଜ୍ୟ ଭାରତୀୟ ଜନତା ପାର୍ଟିର ଉପ-ସଭାପତି ଶ୍ରୀ ଗୋଲକ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦାନ କରି ଅଧ୍ୟାତ୍ମିକ କ୍ଷେତ୍ରକୁ ଗୁରୁଜୀଙ୍କ ଅବଦାନ ସମ୍ପର୍କରେ ଉଭୟ ଆଲୋକପାତ କରିବା ସହ ଗୁରୁଜୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ଓ ଭିନ୍ନକ୍ଷମ ଶିଶୁମାନଙ୍କୁ ସୁସ୍ବାଦୁ କେକ ଦ୍ୱାରା ଆପ୍ୟାୟିତ କରିଥିଲେ ।

ସେହିପରି, ଦିବ୍ୟାଶିଷ ଦିବସର ଅଂଶ ବିଶେଷ ଭାବେ, ଦ୍ୱିତୀୟ ଦିବସରେ ଡିସେମ୍ବର ୨୫ ତାରିଖ ଦିନ ଟ୍ରଷ୍ଟ ତରଫରରୁ ଭୁବନେଶ୍ୱର, ୟୁନିଟ୍ -୧ ସ୍ଥିତ କସ୍ତୁରବା ନାରୀ ମହଲ ପରିସରରେ ଭୁବନେଶ୍ୱର ମହାନଗର ଅଞ୍ଚଳର ସରକାରୀ ଓ ବେସରକାରୀ ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ପାଇଁ ଏକ ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପୂର୍ବାହ୍ନ ଅଧିବେଶନରେ ଭୁବନେଶ୍ୱର ମହା ନଗର ନିଗାମର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଭାରତୀୟ ଜନତା ପାର୍ଟି ଓଡ଼ିଶା ରାଜ୍ୟ ଉପ-ସଭାପତି ଶ୍ରୀ ଗୋଲକ ମହାପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ଓ ନିର୍ମାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରେଣୁପ୍ରଭା ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରି ଛାତ୍ର ଛାତ୍ରୀକୁ ବିଶେଷ ଭାବେ ଉତ୍ସାହିତ କରିଥିଲେ ।

ଅପରାହ୍ନ ଅଧିବେଶନର କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଶିରିଡ଼ି ସାଇ ବାବାଙ୍କ ଅନନ୍ୟ ଭକ୍ତ  ଅଟନ୍ତି ।  ଅନ୍ୟ ମାନଙ୍କ ମଧ୍ୟ ରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ଶ୍ରୀ  ବିଜୟ ନାୟକ  ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ୪ ନମ୍ବର ୱାର୍ଡ ସଭ୍ୟା ଆସିୟା     ବେଗମ ଅତିଥିଭାବେ ଯୋଗଦାନ କରିଥିଲେ ।  ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର, ପୁରସ୍କାର ଓ ଉତ୍ତରୀୟ ଦ୍ୱାରା ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ, ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଡ ରୁଦ୍ର ମହାନ୍ତି କାର୍ଯ୍ୟକ୍ରମର  ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକ ପାତ କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କାର୍ଯ୍ୟରେ ଶ୍ରୀ ଜ୍ଞାନବ୍ରତ ମହାନ୍ତି, ସଂଗୀତ ଅଧ୍ୟାପକ ଅମିତାଭ ସାହୁ, ଓକିଲ ବନମାଳୀ ବାବୁ, ମହିଳା ଆୟୋଗର ପରାମର୍ଶଦାତା ଡ ଟୁନା ସାହୁ, ଚିତ୍ରଶିଳ୍ପୀ ସତ୍ୟ ଶେଖର ପରିଡା, ରଂଜିତ ମହାନ୍ତି, ରାଜନ ମହାନ୍ତି, ଦୁର୍ଗା ତ୍ରିପାଠୀ ନଳିନୀ ମହାନ୍ତି, ଆୟୁଷି ମହାନ୍ତି ଜୟନ୍ତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *