କଟକ ସଦର,୧୭/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ବୁଧବାର ପ୍ରାତଃ କାଳରେ କଟକ ସଦର ବିଜୁ ଜନତାଦଳ ପକ୍ଷରୁ କନ୍ଦରପୁର ଓ କିଶନନଗର ଠାରେ ଥିବା ବିଜୁ ବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। କନ୍ଦରପୁର ଅଥଙ୍ଗା ବିଜୁ ସେତୁ ନିକଟରେ ଥିବା ପ୍ରତିମୂର୍ତ୍ତିରେ କଟକ ସଦର ବିଧାୟକ ତଥା ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ବେଳେ
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଙ୍କ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା, କଟକ ଜିଲ୍ଲା ବିଜେଡ଼ି ଉପସଭାପତି ସମର ବେହେରା, ସଦର ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ସଦର ମିଶନ ଶକ୍ତି ସଂଯୋଜକ ଶରତ ରାୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ସୁବୋଧ ବେହେରା ପ୍ରମୁଖଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ଯୋଗଦେଇଥିଲେ। ସେହିପରି କିଶନନଗର ଠାରେ ମହାନଦୀରେ ତିଳ ତର୍ପଣ କରାଯାଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଥିଲା। ଏଥିରେ ସଦର ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର,
ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ପଞ୍ଚାୟତ ଵିଜେଡି ସଭାପତି ଭବାନୀ ଶଙ୍କର ରାୟ, କାର୍ୟ୍ୟକାରୀ ସଭାପତି ଗଗନ ମହାପାତ୍ର, ସଦର ବ୍ଲକ ଛାତ୍ର ବିଜେଡ଼ି ସଭାପତି ସତ୍ୟସିଦ୍ଧାନ୍ତ ଦାଶ,ମାଣପୁର ପଞ୍ଚାୟତ ଵିଜେଡି ସଭାପତି ରୁସ୍ତମ ମହମ୍ମଦ, ସୁକାନ୍ତ ସେଠୀ ପ୍ରମୁଖ ଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ଯୋଗଦେଇଥିଲେ। ହେଲେ ଏଠାକୁ ବିଧାୟକ ଆସିବାର ଥିବା ବେଳେ ଅନିର୍ଵାର୍ୟ୍ୟ କାରଣରୁ ଆସି ପାରିନଥିବା ଜଣାପଡିଛି।
କନ୍ଦରପୁର ଓ କିଶନନଗର ଠାରେ କଟକ ସଦର ବିଜେଡ଼ି ପକ୍ଷରୁ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ
