୧୪ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ବର,୦୩/୦୯/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବାରେ ୧୪ ଅଧିକାରୀଙ୍କ ପଦୋନ୍ନତି ଦେଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଭାରତୀୟ ପ୍ରଶାସନିକ ସେବା (ପରୀକ୍ଷା କାଳ) ନିୟମାବଳୀ, ୧୯୫୪ର ନିୟମ ୩ ଦ୍ୱାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରି, ରାଷ୍ଟ୍ରପତି ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବାର ୧୪ ଜଣ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି ।  ତେବେ ଏହି ପଦୋନ୍ନତି ପାଇଥିବା ଅଧିକାରୀମାନେ ଭାରତୀୟ ପ୍ରଶାସନିକ ସେବା (କ୍ୟାଡର) ନିୟମାବଳୀ, ୧୯୫୪ର ନିୟମ ୫(୧) ଅନୁଯାୟୀ ୨୦୨୫ ବର୍ଷ ପାଇଁ ‘ଓଡ଼ିଶା କ୍ୟାଡର’ ଅଧିକାରୀ ଭାବେ ନିଯୁକ୍ତି ପାଇବେ ।  ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

  ପଦୋନ୍ନତି ଅଧିକାରୀଙ୍କ ତାଲିକା

୧. ସୂର୍ଯ୍ୟ ନାରାୟଣ ଦାଶ ୨. ସୁମିତା ସରକାର ୩. ବଳମୁକୁନ୍ଦ ଭୂୟାଁ ୪. ସୌଦାମିନୀ ସେଠୀ ୫. ମଧୁମିତା ନାୟକ ୬. ଜ୍ୟୋତିର୍ମୟୀ ପ୍ରଧାନ ୭. ମଧୁମିତା ନାୟକ ୮. ବବିତା ମହାନ୍ତି ୯. ଅନୁଜ କୁମାର ଦାସ ପଟ୍ଟନାୟକ ୧୦. ଜ୍ୟୋତିରଞ୍ଜନ ମିଶ୍ର ୧୧. ସୁରେନ୍ଦ୍ର କୁମାର ପଣ୍ଡା ୧୨. ଶୁଭ୍ରା ମହାନ୍ତି ୧୩. ସଂଘମିତ୍ରା ଶତପଥୀ ୧୪. ହିମାଂଶୁ ଶେଖର ବେହେରା

Leave a Reply

Your email address will not be published. Required fields are marked *