କଟକ ସଦର: ବିଜେଡ଼ି ଗଡ଼ ଭାଙ୍ଗି ଇତିହାସ ରଚିଲେ ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ, ଚାରିଆଡ଼େ ସେଲିଵ୍ରେସନ

କଟକ ସଦର, ୦୪/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଜୁ ଜନତାଦଳ ର ଗଡକୁ ଭାଙ୍ଗି ବିଜେପି ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ନୂତନ ଭାବେ ରାଜନୀତି ମଇଦାନକୁ ଆସି ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କୁ ୨୮୪୩ ଖଣ୍ଡ ଭୋଟରେ ପରାସ୍ତ କରି ନୂଆ ଡାହାଣି ଭାବେ ପୁରୁଣା ଡାଆଣିକୁ ଘୁଅ ଚଟେଇ ଦେଇଥିବା ଚର୍ଚ୍ଚା ଜୋର ଧରିଛି। ସଦର ମାଟିର ପୁଅକୁ ଦୀର୍ଘ ବର୍ଷ ପରେ ଜିତାଇ ଥିବାରୁ କଟକ ସଦର ଅଞ୍ଚଳରେ ନାହିଁ ନଥିବା ସେଲିଵ୍ରେସନ ଚାଲିଥିବା ଜଣାପଡିଛି। ଏଥିପାଇଁ ଧରିଣା ପଞ୍ଚାୟତ ପାରାଵିଲ୍ ଗ୍ରାମରେ ରଣଜିତ ରାଉତରାୟ, ବିଶ୍ୱଜିତ ବାଡି, ବସନ୍ତ କୁମାର ବାଡି,ଶିଵ ପ୍ରସାଦ ରାଉତରାୟ,ସନ୍ଦିପ ରାଉତରାୟ ଙ୍କ ନେତୃତ୍ୱରେ ଶତାଧିକ ପ୍ରକାଶ ସମର୍ଥକ ଗ୍ରାମରେ ସେଲିଵ୍ରେସନ ମାହୋଲ ସୃଷ୍ଟି କରିଥିଲେ। ଏଥିରେ ପାରାଦୀପ ବନ୍ଦର ଜଗନ୍ନାଥ ଟ୍ରକ ସଂଘର ସଭାପତି ରାକେଶ କୁମାର ଜେନା ସେଲିଵ୍ରେସନ ସ୍ଥଳକୁ ଆସି ବିଜେପି ସମର୍ଥକଙ୍କୁ ଉତ୍ସାହିତ କରିବା ସହିତ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ପାରାଦ୍ଵୀପ ବିଜେପି ବିଧାୟକ ସମ୍ପଦ ସ୍ୱ।ଇଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ କଟକ ସଦରର ଇତିହାସ ଅନୁସାରେ କେହି ଲଗାତାର ଦୁଇଥର ନିର୍ବାଚିତ ହୋଇନଥିବା ”ଓଡିଶା ସମାଚାର “ରେ ପ୍ରକାଶିତ ଖବର ଆଜି ଶତପ୍ରତିଶତ ସତ ପ୍ରମାଣିତ ହୋଇଥିବାରୁ ଏହାର ଉଚ୍ଚ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *