ଜୋନାଲ ନିରୀକ୍ଷଣ କମିଟର ନିକ୍ରା ପୋଷ୍ୟ ଗ୍ରାମ ପରିଭ୍ରମଣ

ଜଗତସିଂହପୁର,୨୪/୦୧/୨୦୨୫(ଓଡ଼ିଶା ସମାଚାର)- କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ଦ୍ୱାରା ପରିଚାଳିତ ନିକ୍ରା (ଜାତୀୟ ଅଭିନବ ଜଳବାୟୁ ନମନୀୟ କୃଷି) ପ୍ରକଳ୍ପର ନିରୀକ୍ଷଣ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି, କୃଷି ବିଜ୍ଞାନ କେନ୍ଦ୍ର ତଥା  ନିକ୍ରା ପ୍ରକଳ୍ପ ଜଗତସିଂହପୁରର ପୋଷ୍ୟ ଗ୍ରାମ ଅଚ୍ୟୁତଦାସପୁର ପରିଦର୍ଶନ କରିଥିଲେ । ଏହି ଗ୍ରାମଟି ଏକ ବାତ୍ୟା ଓ ବନ୍ୟା ପ୍ରଭାବିତ ଖାଲୁଆ ଅଞ୍ଚଳ ଓ ୩୦-୪୦ ଭାଗ ଜମି ଲବଣାକ୍ତ। ସେଥିପାଇଁ ଏହି ଗ୍ରାମ ଟିକୁ ନିକ୍ରା ପ୍ରକଳ୍ପର ପୋଷ୍ୟ ଗ୍ରାମ ରୁପେ ଗ୍ରହଣ କରାଯାଇଛି । ନୀରିକ୍ଷଣ କମିଟିର ମୁଖ୍ୟ ଡ଼. ହୃଷିକେଶ ସେନାପତିଙ୍କ ସଭାପତିତ୍ୱରେ ଏହି ପାଞ୍ଚଜନିଆ କମିଟିରେ,କୃଷି ସମ୍ପ୍ରସାରଣ ନିର୍ଦ୍ଦେଶାଳୟ, ଓୟୁଏଟିର ଡିନ୍ ଡ଼. ପ୍ରସନ୍ନଜିତ୍ ମିଶ୍ର, ଆଇ. ସି. ଏ .ଆର, ଅ.ଟା.ରୀ, କଲିକତାର ନିର୍ଦେଶକ ଡ଼. ପ୍ରଦୀପ ଦେ, ଡ଼. କ୍ରିଷ୍ଣାନେନ୍ଦୁ ଦାସ, ଡି.ଡି.ଜି, ଏନ୍.ଆର.ଏମ୍, ପ୍ରତିନିଧି, ଡ଼.ଏସ. କେ. ମଣ୍ଡଳ ପ୍ରମୁଖ ବୈଜ୍ଞାନିକ, ଅ.ଟା.ରି ପ୍ରତିନିଧି ଭାବରେ ଯୋଗ ଦେଇଥିଲେ। କମିଟି ପକ୍ଷରୁ ନିକ୍ରା ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକୁ ତଦାରଖ କରାଯାଇଥିଲା ଓ କମିଟି ଅଚ୍ୟୁତଦାସପୁର ଗ୍ରାମବାସୀ ମାନଙ୍କ ସହ ପ୍ରକଳ୍ପ ସମ୍ବଧରେ ଆଲୋଚନା କରିଥିଲେ। ଆଗାମୀ ଦିନରେ କିପରି ନିକ୍ରା ପ୍ରକଳ୍ପ ଦ୍ବାରା ଦିଆଯାଇଥିବା ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଏହି ଅଞ୍ଚଳର ଚାଷୀ ମାନେ ଲାଭବାନ ହୋଇପାରିବେ କମିଟି ସଦସ୍ୟ ମାନେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ଅଚ୍ୟୁତଦାସପୁର ଗ୍ରାମରେ ନିକ୍ରା ପ୍ରକଳ୍ପ ସହଯୋଗରେ ତିଆରି କରାଯାଇଥିବା କ୍ଷେତ ପୋଖରୀ, ସମନ୍ୱିତ କୃଷି, ମାଛ ଚାଷ, କୁକୁଡ଼ା ପାଳନ, ବୁନ୍ଦା ଜଳ ସେଚନ, ଛିଞ୍ଚନ ଜଳସେଚନ, ଛତୁ ଗୃହ, ବିହନ ବ୍ୟାଙ୍କ, ଛାୟା ଗୃହ, ନାପିଅର ଘାସ, ନଡ଼ିଆ, ଗୁଆ, ପୃଷ୍ଠି ବଗିଚା, ଜିଆ ଖତ, ମହୁମାଛି ପାଳନ, ଆଜୋଲା, କଷ୍ଟମ ହାୟାରିଙ୍ଗ କେନ୍ଦ୍ର ପ୍ରମୁଖ ବୁଲି ଦେଖିଥିଲେ। କମିଟ ପକ୍ଷରୁ ଗ୍ରାମର ଅଗ୍ରଣୀ ଚାଷୀ ମାନଙ୍କୁ ସମ୍ମାନିତ କରଯାଇଥିଲା। କମିଟି କୃଷି ବିଜ୍ଞାନ କେନ୍ଦ୍ରର ପ୍ରଚେଷ୍ଟାରେ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ଅନ୍ୟାନ୍ୟ ଲୁଣା ତଥା ଆମ୍ଳୀୟ ମୁର୍ତିକା ଥିବା ଅଞ୍ଚଳରେ ନିକ୍ରା ପ୍ରକଳ୍ପ ଦ୍ବାରା ପ୍ରଯୋଜିତ କାର୍ଯ୍ୟକ୍ରମ ଗୁଡ଼ିକ କିପରି ପହଞ୍ଚି ପାରିବ, କମିଟି ପକ୍ଷରୁ ଆଲୋକପାତ କରଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ କୁଷି ବିଜ୍ଞାନ କେନ୍ଦ୍ରର, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼. ଜୀବନଜିତ୍ ସେନ୍ ଓ ସମସ୍ତ ବୈଜ୍ଞାନିକ ତଥା କର୍ମଚାରୀ ମାନେ ପରିଚାଳନା କରିଥିଲେ । ଅଚ୍ୟୁତଦାସପୁର୍ ଗ୍ରାମର ନିକ୍ରା ପ୍ରକଳ୍ପର ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *