ଜଳସମ୍ପଦ ବିଭାଗର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଚାଲିିଛି ଜଣେ ଡ଼ିଏଲଆର ଖଲାସି ଦ୍ୱାରା

ଗରଦପୁର, ୧୯/୯/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ରହିଛି ଜଳ ସମ୍ପଦ ବିଭାଗର ଦୁଇଟି କାର୍ଯ୍ୟାଳୟ । ସେ ଦୁଇଟି କାର୍ଯ୍ୟାଳୟ ହେଉଛି ଜଳ ସମ୍ପଦ ବିଭାଗର ମହାନଦୀ ଚିତ୍ରୋପôଳା ଦ୍ୱୀପାଂଚଳ ଜଳସେଚନ ସବ ଡ଼ିଭିଜନ୍ (ଏମସିଆଇଆଇ ସବ ଡ଼ିଭିଜନ୍) ଓ ଅନ୍ୟ ଟି ହେଉଛି ମହାନଦୀ ବ୍ୟାରେଜ ଡ଼ିଭିଜନ୍ କଟକର ସେକସନ୍ । ଦୁଇଟି କାର୍ଯ୍ୟାଳୟ ଗୋଟିଏ ବିଲଡ଼ିଂରେ ରହିଛି । ହେଲେ ଦୁଇଟି କାର୍ଯ୍ୟାଳୟ ର ସାଇନବୋର୍ଡ଼ କିଛି ଦେଖିବାକୁ ମିଳୁନାହିଁ । ଯେତେବେଳେ ଗଲେ କୋଲପ ପଡ଼ିଥିବା ଦେଖାଯାଏ । ସରକାର କୃଷି ଓ ଜଳ ସେଚନ କୁ ଗୁରୁତ୍ୱ ଦେଉଥିବାବେଳେ ଜଳ ସମ୍ପଦ ବିଭାଗର ଦୁଇଟି କାର୍ଯ୍ୟାଳୟ ଚାଲିଛି ଜଣେ ସ୍ଥାନୀୟ ଡ଼ିଏଲଆର ଖଲାସି ଦ୍ୱାରା । ଦୁଇଟି କାର୍ଯ୍ୟାଳୟର ଦୁଇ ଜଣ ଇଂଜିନିଅର କିମ୍ବା ଜଣେ ହେଲେ କର୍ମଚାରୀ ଏଠାକୁ ଆସନ୍ତି ନାହିଁ । ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଯେଉଁ କାର୍ଯ୍ୟାଳୟ ବିଲଡ଼ିଂ ଓ କର୍ମଚାରୀ ଙ୍କ ପାଇଁ କ୍ୱାର୍ଟର ନିର୍ମାଣ କରିଥିଲେ ମଧ୍ୟ ଏଠାକୁ କେହି କର୍ମଚାରୀ କିମ୍ବା ଯନ୍ତ୍ରୀ ଆସୁନାହାନ୍ତି । ଗରଦପୁର ଠାରେ ଥିବା ମହାନଦୀ ଚିତ୍ରୋପôଳା ଦ୍ୱୀପାଂଚଳ ଜଳସେଚନ ଡ଼ିଭିଜନ୍ (ଏମସିଆଇଆଇ ଡ଼ିଭିଜନ୍) କାର୍ଯ୍ୟାଳୟକୁ ମଣିଜଙ୍ଗାକୁ ଉଠାଇନିଆଯାଇଥିବାବେଳେ ଏମସିଆଇଆଇ ଡ଼ିଭିଜନ୍ ଏବେ ଭୂତକୋଠିରେ ପରିଣତ ହେଇଥିବାବେଳେ ତେଣ୍ଡାକୁଡ଼ା ଏମସିଆଇଆଇ ସବ ଡ଼ିଭିଜନ୍ ଚାଲିଛି ଜଣେ ସ୍ଥାନୀୟ ଡ଼ିଏଲଆର ଦ୍ୱାରା । ଅନ୍ୟ ପକ୍ଷରେ ବ୍ୟାରେଜ ଡ଼ିଭିଜନ୍ ର ଅବସ୍ଥା ମଧ୍ୟ ସମାନ । ବର୍ଷକ ର ୩୬୫ ଦିନ ଏହି ଦୁଇଟି କାର୍ଯ୍ୟାଳୟକୁ କେହି କର୍ମଚାରୀ କିମ୍ବା ଯନ୍ତ୍ରୀ ଆସୁନଥିବାରୁ ଏହି ଦୁଇଟି କାର୍ଯ୍ୟାଳୟ କୃଷକ ମାନଙ୍କ କୃଷି କାର୍ଯ୍ୟରେ କେଉଁଭଳି କାର୍ଯ୍ୟରେ ଲାଗୁଛି ତାହା ସହଜରେ ଅନୁମାନ କରାଯାଇପାରେ । ମାସକୁ ମାସ ଦରମା ଗଣ୍ଡାକତ ମିଳିଯାଉଛି, ଲୋକଙ୍କ କାର୍ଯ୍ୟରେ ନଲାଗୁ ସେଥିପ୍ରତି କାହାରି ଦୃଷ୍ଟି ନାହିଁ । ଏଥିପ୍ରତି ଜଳ ସମ୍ପଦ ବିଭାଗର ଉଚ ପଦସ୍ଥ ଅଧିକାରୀ, ଜଳ ସମ୍ପଦ ବିଭାଗ ମନ୍ତ୍ରୀ, ପାଟକୁରା ବିଧାୟକ , କେନ୍ଦ୍ରାପଡ଼ା ଜିଲାପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *