କଟକ ସଦର, ୧୬/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ରବିବାର ଅପରାହ୍ନରେ ଓଡ଼ିଶା ପୋଲିସ ଅନ୍ତରୀଣ ମୁଖିଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ବରିଷ୍ଠ ଆଇପିଏସ ଅଫିସର ଵିନୟତୋଷ ମିଶ୍ର କଟକ ମୁଖ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦବୀରେ ଥିବା ୱ।ଇ ବି ଖୁରାନିଆ ଆଜି ଅବସର ଗ୍ରହଣ କରିଛନ୍ତି।
ଏହି ଅବସରରେ ଵିଦାୟୀ ଡିଜିପି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଓ ଭାରପ୍ରାପ୍ତ ଡିଜିପି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।’ସଂଗଠିତ ଅପରାଧ ରୋକିବାକୁ ନିଆଯିବ ପଦକ୍ଷେପ’ ବୋଲି ଦାୟିତ୍ଵ ଗ୍ରହଣ ପରେ ଵିନୟତୋଷ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ଣ୍ଣ କାଳୀନ ଡିଜିପି ଚୟନ ଵିଵାଦ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ବଳବତ୍ତର ଥିବାରୁ ଏହାର ରାୟ ଉପରେ ସମସ୍ତଙ୍କର ନଜର ରହିଛି।
