ଜାତୀୟ ଶିକ୍ଷା ନୀତି ୨୦୨୦ : ଜାତୀୟସ୍ତରୀୟ କର୍ମଶାଳାର ତୃତୀୟ ଦିବସ

ଓଡ଼ିଶା ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ନେଇ ବିସ୍ତୃତ ଆଲୋଚନା

ଭୁବନେଶ୍ୱର, ୨୩/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜାତୀୟ ଶିକ୍ଷା ନୀତି ୨୦୨୦ ର କାର୍ଯ୍ୟକାରିତା ନେଇ ଚାଲିଥିବା ତିନି ଦିନିଆ କର୍ମଶାଳାରେ ଆଜି ତୃତୀୟ ତଥା ଅନ୍ତିମ ଦିନରେ ବିଭିନ୍ନ ବିଷୟବସ୍ତୁ ନେଇ ଆଲୋଚନା କରାଯାଇଛି । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଠାରେ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗକୁ ନେଇ ଦଶଟି ଗ୍ରୁପ୍ ବିସ୍ତୃତ ଆଲୋଚନା କରିଛନ୍ତି ।

ପ୍ରାରମ୍ଭିକ ପର୍ଯ୍ୟାୟ, ମଧ୍ୟ ଏବଂ ମାଧ୍ୟମିକ ପର୍ଯ୍ୟାୟ, ମାଧ୍ୟମିକ ପର୍ଯ୍ୟାୟ-୨, ମୂଲ୍ୟାଙ୍କନ ଏବଂ ପରୀକ୍ଷା ସଂସ୍କାର, ଶିକ୍ଷକ ଶିକ୍ଷା ଏବଂ ଶିକ୍ଷକ ବିକାଶ, ଦକ୍ଷତା ବିକାଶ, ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ଶିକ୍ଷା, ବିଦ୍ୟାଳୟ ପରିଚାଳନା ଏବଂ ଐତିହ୍ୟ, ରାଜ୍ୟ ପାଠ୍ୟକ୍ରମ ରୂପରେଖର ବିକାଶ ଏବଂ ଡ୍ରପ୍ ଆଉଟ୍ ହାର କମ୍ କରିବା ନେଇ ଆଲୋଚନା କରାଯାଇଛି । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା କରିବା ନେଇ ଦଳଗତ ଉପସ୍ଥାପନାରୁ ତୃତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅନ୍ତିମ ଦିନର ସମସ୍ତ ଦଶଟି ଦଳ ନିଜ ନିଜ ପ୍ରେଜେନଟେସନ୍ ମାଧ୍ୟମରେ ବିଭିନ୍ନ ପ୍ରକାର ପରାମର୍ଶ ଦେଇଥିଲେ ।

2025 ଶିକ୍ଷା ବର୍ଷରେ ଶିଶୁ ବାଟିକାକୁ ପରିଚାଳନା କରିବା, ପାଠ୍ୟପୁସ୍ତକର ବିକାଶ, ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ନେଇ ଆଲୋଚନା କରାଯିବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିସ୍ତାର କରିବା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଏବଂ ଇଣ୍ଟରନେଟ୍ ସଂଯୋଗୀକରଣ ସମ୍ପର୍କରେ ପ୍ରେଜେନଟେସନ୍ ମାଧ୍ୟମରେ ଆଲୋଚନା କରାଯାଇଛି । ଓଡ଼ିଶାର ସାଂସ୍କୃତିକ ଏବଂ ଭାଷାଗତ ବିବିଧତାକୁ ଦୃଷ୍ଟିରେ ରଖି ସମସ୍ତ ପର୍ଯ୍ୟାୟ ପାଇଁ ଏକକ ରାଜ୍ୟ ପାଠ୍ୟକ୍ରମ ରୂପରେଖ ବିକାଶ କରିବା ନେଇ ସମସ୍ତେ ମତାମତ ରଖିଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦  ଉପରେ ପ୍ରଶାସନିକ ଅଧିକାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ, ନୂତନ ଶିକ୍ଷଣ ପ୍ରଣାଳୀ ବିଷୟରେ ଶିକ୍ଷକମାନଙ୍କୁ ସଚେତନ କରିବା ନେଇ ଗ୍ରୁପ୍ ଗୁଡିକ ନିଜ ନିଜ ମତ ପ୍ରକାଶ କରିଛନ୍ତି ।

-0-

ରୋଜାଲିନ୍ ସାହୁ, ଲୋକସମ୍ପର୍କ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *