ଜଗତସିଂହପୁର, ୧୬/୦୧/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ଜାନୁଆରୀ ୧୮ ତାରିଖ ଠାରୁ ୨୦ ତାରିଖ ପର୍ୟ୍ୟନ୍ତ ଜଗତସିଂହପୁର ଜିଲ୍ଲା ରେ ନୂଆ ଓ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ପ୍ରତିଯୋଗିତା ଅନ୍ତର୍ଗତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ,ଜଗତସିଂହପୁର ଠାରେ ପୁରୁଷ ଓ ମହିଳା ଖୋ ଖୋ, କବାଡ଼ି ଓ ଭଲିବଲ୍ ଏବଂ ପୁରୁଷ ଫୁଟବଲ , ସ୍ଵାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ,ଜଗତସିଂହପୁର ଠାରେ ପୁରୁଷ ଫୁଟବଲ ଓ କ୍ରିକେଟ, ନନ୍ଦା ବ୍ରତ ଷ୍ଟାଡିୟମ୍,ଶିଙ୍ଗାରପୁର ଠାରେ ମହିଳା କ୍ରିକେଟ୍ ଓ ଫୁଟବଲ୍ ,ପି ପି ଏଲ, ପାରାଦ୍ଵୀପ ର ଡି ଏ ଭି ପବ୍ଲିକ ସ୍କୁଲରେ ମହିଳା ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ।ଜିଲ୍ଲା ର ୮ ଟି ବ୍ଲକ୍ ଓ ଦୁଇଟି ମୁନିସିପାଲିଟି ର ୧୩ ରୁ ୩୫ ବର୍ଷ ର ମୋଟ୍ ୧୩୦୬ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀମତୀ ବିଶ୍ଵବିଜୟିନୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି। ପ୍ରତିଯୋଗୀ ମାନେ ପୂର୍ବରୁ ବ୍ଳକ ଏବଂ ମୁନିସିପାଲିଟି ସ୍ତରୀୟ ପ୍ରତିଯୋଗିତା ରେ ଉନ୍ନୀତ ହୋଇ ଜିଲ୍ଲା ସ୍ତରରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି।
