କେନ୍ଦ୍ରାପଡ଼ା,୧୩/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଂଚାତର ବରିଷ୍ଠ ନାଗରିକମାନଙ୍କ ଏକ ସମାବେଶ ପଂଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜକିଶୋର ବିଶ୍ୱାଳ ଏହି ସମାବେଶରେ ଅଧ୍ୟକ୍ଷତା କରିଥିଲେ ।
ବଗଡା ପଂଚାୟତର ସରପଂଚ ସୁବନୀ ସାହୁ ଏଭଳି ସଂଗଠନକୁ ସ୍ୱାଗତ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏଥିରେ ସଂଯୋଜକ ଭାବେ କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ସଂଗଠନର ଉଦେଶ୍ୟ ଜ୍ଞାପନ କରିଥିଲେ ।
ବୈଠକରେ ସର୍ବସମ୍ମତିକ୍ରମେ ଏକ ୫ଜଣିଆ ଉପଦେଷ୍ଟା କମିଟି ଓ ୧୦ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ପ୍ରତାପ ଚନ୍ଦ୍ର ନାୟକ ସମାଜରେ ନିର୍ଯ୍ୟାତିତ ଓ ନଷ୍ପେଶିତ ଲୋକମାନଙ୍କୁ ଏହି ସଂଗଠନ ସେବା ଯୋଗାଇ ଦେବାକୁ ସଦସ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ ।
ବୈଠକରେ କୁମୁଦରଞ୍ଜନ ରାଉତ, ନାରାୟଣ ପଣ୍ଡା, ସୁରେଶ ଚନ୍ଦ୍ର ସାହୁ, ଧରଣୀଧର ପାତ୍ର, ରବୀନ୍ଦ୍ର ପ୍ରସାଦ ଜେନା, କ୍ଷୀରୋଦ କୁମାର ପଣ୍ଡା, ବନମାଳି ପାତ୍ର, ଫକିର ଚରଣ ଓଝା, ସୁବୁଧି ସାହୁ, ଗୌତମ ଖୁଂଟିଆଙ୍କ ସମେତ ୩୫ଜଣ ସଦସ୍ୟ ଯୋଗଦେଇଥିଲେ ।
