୪୭ନଂ ୱାର୍ଡରେ ସ୍ମାର୍ଟ ରୋଡ ନିର୍ମାଣର ଶିଳାନ୍ୟାସ

କଟକ, ୨୭/୦୬/୨୦୨୫ (ଓଡ଼ିଶା ସମାଚାର/ ଦେବାଶିଷ ରଥ)-  ମହାନଗର ନିଗମ ଅନ୍ତର୍ଗତ ୪୭ ନଂ ୱାର୍ଡରେ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇଙ୍କ ନେତୃତ୍ବରେ ୧ନଂ ସେକ୍ଟରରେ  ଗତ  ଗୁରୁବାର  ଦୁଇଟି ପେଭର ବ୍ଲକ ରାସ୍ତା (ସ୍ମାର୍ଟ ରୋଡ) ନିର୍ମାଣର ଶିଳାନ୍ୟାସ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ବାଳଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି ।

୨୮୪ ରୁ ୨୯୨ ପ୍ଲଟ ପର୍ଯ୍ୟନ୍ତ ୪ ଲକ୍ଷ ୮୯ ହଜାର ଓ ୪୧୨ ରୁ ୪୨୧ ପ୍ଲଟ ପର୍ଯ୍ୟନ୍ତ ୬ ଲକ୍ଷ ୯୯ ହଜାର ଟଙ୍କା ବ୍ୟୟ ବରାଦରେ ପେଭର ବ୍ଲକ ରାସ୍ତା ନିର୍ମାଣ ହେବ ।

ଏହି ଶିଳାନ୍ୟାସ ଉତ୍ସବରେ ଏମଡିଏ ସଭାପତି ସଞ୍ଜୟ ଜେନା, ସମ୍ପାଦକ ହି ମାଂଶୁ ଷଡ଼ଙ୍ଗୀ, ଉପସଭାପତି ସରୋଜ ପ୍ରସାଦ ସ୍ଵାଇଁ, ସହ ସମ୍ପାଦକ ଜ୍ଞାନରଞ୍ଜନ ଦାସ, ଶରତ ଚନ୍ଦ୍ର କୁଣ୍ଡୁ, ପ୍ରମୋଦ ବିଶୋଇ, ଚତୁର୍ଭୁଜ ମହାପାତ୍ର, ପ୍ରହ୍ଲାଦ ମହାନ୍ତି, ପଞ୍ଚାନନ ସାହୁ, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ଡ଼. କମଳ ଲୋଚନ ମହାନ୍ତି, ମୁରଲୀ ବାରିକ, ପ୍ରମୋଦ ଦାସ, ବିଚିତ୍ରାନନ୍ଦ ମହାନ୍ତି, ବିରଞ୍ଚି ନାରାୟଣ ମହାପାତ୍ର, ରବି ନାରାୟଣ ଦାସ, ଧବଳକାନ୍ତି ଦେ, ଭରତ ଚନ୍ଦ୍ର ଗୋଛାୟେତ, ଆଶୋକ କୁମାର ତ୍ରିପାଠୀ, ବିଷ୍ଣୁ ପ୍ରସାଦ କର, ଅଭିମନ୍ୟୁ ନାୟକ, ନାରାୟ ଣ ଚନ୍ଦ୍ର ରାଉତ, ନିରଞ୍ଜନ ବେହେରା, ମନୋରଞ୍ଜନ ଦେ, ସୁଶାନ୍ତ ଘୋଷ, ବାବୁଲି ଦାସ, ମହେନ୍ଦ୍ର ନାଥ ପଣ୍ଡା, ଡ. ସତ୍ୟକାମ ମହାପାତ୍ର, ସମ୍ବିତ ଦାସ, ରାକେଶ ତ୍ରିପାଠୀ, ସୋମନାଥ ମହାନ୍ତି, ମୀତା ସ୍ଵାଇଁ, ଦୀପ୍ତିମୟୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *