ସାମୟିକ ଗଣନାକାରୀ ଙ୍କ ପ୍ରଶିକ୍ଷଣ କର୍ମଶାଳା

ଜଗତସିଂହପୁର,୨୦/୦୧/୨୦୨୫ (ଓଡ଼ିଶା ସମାଚାର)-ଦେଶର ସାମୁହିକ ଯୋଜନା ପ୍ରଣୟନରେ ଭାରତ ସରକାରଙ୍କ ନମୁନା ପଞ୍ଜିକରଣ ତଥ୍ୟର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ପକ୍ଷରୁ ନମୁନା ପଞ୍ଜିକରଣ ପଦ୍ଧତି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ସାମୟିକ ଗଣନାକାରୀ ମାନଙ୍କର ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ତା ୧୯.୦୧.୨୦୨୫ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ରିଫ୍ରେଶର ଟ୍ରେନିଙ୍ଗ ରେ ଜଗତସିଂହପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ମହାମାରୀ ବିଶେଷଜ୍ଞ ଡାକ୍ତର ସ୍ମୃତି ରଞ୍ଜନ ପଣ୍ଡା, ଜନଗଣନା କାର୍ଯ୍ୟାଳୟ ଭୁବନେଶ୍ୱର ର ସହାୟକ ନିର୍ଦ୍ଦେଶକ ଶ୍ରୀ ସୁଜିତ୍ କୁମାର ପ୍ରଧାନ, ବରିଷ୍ଠ ସଂଖିକ ଅନ୍ୱେଷକ ଶ୍ରୀ ବିଜୟ କୁମାର ସାହୁ ଏବଂ ଶ୍ରୀ ଶରତ କୁମାର ମିଶ୍ର ପ୍ରମୁଖ  ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।

ଓଡ଼ିଶା ଦ୍ଵାରା ସମ୍ପାଦନ କରାଯାଉଥିବା ନମୁନା ପଞ୍ଜିକରଣ ରୁ ଜନ୍ମ ଓ ମୃତ୍ୟୁ ହାର ଏବଂ ବିଭିନ୍ନ ପ୍ରଜନନ ଓ ମୃତ୍ୟୁ ସ୍ଵତ୍ୱକାଙ୍କର ବିଶ୍ୱସନୀୟ ବାର୍ଷିକ ଆକଳନ ପ୍ରଦାନ କରିବା ଆଦି ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ। ସାମୟିକ ଗଣନାକାରୀ ମାନେ ନିୟମିତ ସଠିକ୍ ଜନ୍ମ ଓ ମୃତ୍ୟୁ ର ତଥ୍ୟ ପ୍ରଦାନ କରିବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉପଦେଶ ଦେଇଥିଲେ। ଓଡ଼ିଶାରେ ଶିଶୁ ଓ ମାତୃ ମୃତ୍ୟୁ ହାର କମିବା ପାଇଁ ଡ଼ାକ୍ତର ସ୍ମୃତି ରଞ୍ଜନ ପଣ୍ଡା ନାରୀ ମାନଙ୍କ ଶିକ୍ଷା ଓ ସଚେତନତା ଉପରେ ଗୁରୁତ୍ବ ଦେଇଥିଲେ। ଜଗତସିଂହପୁର ଜିଲ୍ଲାରେ ଜନଗଣନା ନିର୍ଦ୍ଦେଶାଳୟର ନମୁନା ପଞ୍ଜିକରଣ ବିଭାଗର ମୋଟ ୧୬ ଟି ନମୁନା ୟୁନିଟ ମଧ୍ୟରୁ ୧୫ ଜଣ ସାମୟିକ ଗଣନାକାରୀ ଏହି ପ୍ରଶିକ୍ଷଣ କର୍ମଶାଳା ରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *