ଧର୍ମ ପରାୟଣା ମହିଳା ଶାନ୍ତିଲତା ସାହୁ ଙ୍କ ପରଲୋକ

ଭୁବନ, ୨୦/୧୨/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୫ ନମ୍ବର ୱାର୍ଡ ଗଣେଶ ବଜାର ନିବାସୀ ବରିଷ୍ଠ ଜଙ୍ଗଲ ଅଧିକାରୀ ( ଫରେଷ୍ଟର) ସ୍ବର୍ଗତ ବସନ୍ତ କୁମାର ସାହୁ ଙ୍କ ଧର୍ମପତ୍ନୀ ଶାନ୍ତିଲତା ସାହୁ ( ୬୫) ଙ୍କ ଆଜି ଶନିବାର ଅପରାହ୍ନ ୪ ଘଟିକା ସମୟରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେଲା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ।

ଏହି ଦୁଃସମ୍ବାଦ ଖବର ପାଇ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ନରହରି ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ଙ୍କ ଭାଉଜ ସ୍ବର୍ଗତା ଶାନ୍ତିଲତା ସାହୁ ଏକାଧାରରେ ଜଣେ ଧର୍ମ ପରାୟଣା,ପରୋପକାରୀ, ମିଷ୍ଟଭାଷୀ,ସ୍ନେହୀ,ଦୟାଳୁ ଓ ମେଳାପୀ ମହିଳା ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *