କେନ୍ଦ୍ରାପଡ଼ା,୧୯/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର କେଶପୁରବଜାରସ୍ଥିତ ସମୀର ଟିଭିଏସ ପକ୍ଷରୁ ଆସନ୍ତା ୨୩ତାରିଖ ନେତାଜୀ ଜୟନ୍ତୀ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥିନିମନ୍ତେ ରବିବାର ଏକ ପ୍ରସ୍ତୁତି ବୈଠକ ସମୀର ଟିଭିଏସ କାର୍ଯ୍ୟାଳୟରେ ନିର୍ଦେଶକ ସମୀର କୁମାର ଚାନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁବ୍ରତ କୁମାର ସାମଲ, ଜେନେରାଲ ମ୍ୟାନେଜର ଲକ୍ଷ୍ମୀକାନ୍ତ ବେହେରା, ସେଲ୍ସ ମ୍ୟାନେଜର ଧନେଶ୍ୱର ମଳିକ ପ୍ରମୁଖ ଯୋଗଦେଇ ଶିବିର ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ସ୍ୱେଛାକୃତ ରକ୍ତଦାନ ଶିବିର ଆସନ୍ତା ୨୩ତାରିଖ ସକାଳ ୯ଟାରେ କେଶପୁରବଜାରସ୍ଥିତ ଟିଭିଏସ ସୋରୁମରେ ଉଦଘାଟନ ହେବା ସହିତ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ରକ୍ତଦାନ କରିବାକୁ ଇଛୁକ ବ୍ୟକ୍ତି ବିଶେଷ ମୋବାଇଲ ନମ୍ବର- ୯୭୭୭୭୭୭୩୭୧- କ୍ଷିତିଶ କୁମାର କର ଓ ୯୭୭୬୭୭୯୬୯୧ରେ ଅନିଜା ଜେନାଙ୍କୁ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି । ଏହି ଶିବିରରେ ରକ୍ତଦାନ ଭଳି ମହତ ଦାନ କରି ପୂନ୍ୟ ଅର୍ଜ୍ଜନ କରିବାକୁ ସମୀର ଟିଭିଏସର ନିର୍ଦେଶକ ଶ୍ରୀ ଚାନ୍ଦ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଅନିଜା ଜେନା, ଲକ୍ଷ୍ମୀପ୍ରିୟା ମହାପାତ୍ର, କ୍ଷିତିଶ କର, ଶସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।