ଭୁବନ, ୧୯/୦୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେଶ୍ୱର ନନ୍ଦ ଙ୍କ ର ଗତକାଲି (ଶନିବାର ) ରାତି ମସ୍ତିଷ୍କାଘାତ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସନ୍ଧ୍ୟାରେ ମସ୍ତିଷ୍କାଘାତ ହେବାରୁ ତାଙ୍କୁ ପ୍ରଥମେ ଭୁବନ ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଶାନ୍ତିଲତା,ବଡ଼ପୁଅ ଭୁବନ ସାମ୍ବାଦିକ ସଂଘ ସଭାପତି ତଥା ରାଜ୍ୟ ସାମ୍ବାଦିକ ସଂଘ ( ଏସ ୟୁ ଜେ) ର ଜାତୀୟ ପରିଷଦ ସଭ୍ୟ ମଧୂପ ରଞ୍ଜନ ନନ୍ଦ ,ଶିକ୍ଷକ ମଳୟ ରଞ୍ଜନ ନନ୍ଦ,ମିହିର ରଞ୍ଜନ ନନ୍ଦ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।ବିଳମ୍ବିତ ରାତିରେ ତାଙ୍କ ମରଶରୀର ଓଡିଶ ଗ୍ରାମକୁ ଅଣାଯାଇ ଗ୍ରାମ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ପୁଅ ମଧୁପ ରଞ୍ଜନ ନନ୍ଦ ମୁଖାଗ୍ନି ଦେଇଥିଲେ । ଏ ସମ୍ପର୍କରେ ଖବର ପାଇ ଭୁବନ ସାମ୍ବାଦିକ ସଂଘ ସଂପାଦକ ସୁଶାନ୍ତ କୁମାର ପୋଥାଳ,ଉପଦେଷ୍ଟା ଦିଲ୍ଲୀପ କୁମାର ଦାସ,ସଦସ୍ୟ ଦେବାନନ୍ଦ ସାହୁ,କମଳ ଲୋଚନ ମହାରଣା,ନିରଞ୍ଜନ ଗୁରୁ ପ୍ରମୁଖ ତାଙ୍କ ଘରେ ପହଞ୍ଚି ଶୋକାକୁଳ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ । ଏସ ୟୁ ଜେ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ନନ୍ଦ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ,ଧର୍ମ ପରାୟଣ,ପରୋପକାରୀ, ସ୍ନେହୀ, ଦୟାଳୁ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
ସାମ୍ବାଦିକ ଙ୍କ ପିତୃ ବିୟୋଗ
