ସାହିତ୍ୟ ମାସିକୀ” କାର୍ଯ୍ୟକ୍ରମ

ପୁସ୍ତକ ପାଠକାର୍ପିତ  ଓ ପାଠୋତ୍ସବ

“କ୍ଷୁଦ୍ରଗଳ୍ପରେ ନୂତନ ଦୃଷ୍ଟି ଥାଏ “

ଭୁବନେଶ୍ୱର,୨୭/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କ୍ଷୁଦ୍ରଗଳ୍ପରେ ଲେଖକର ଏକ ନୂତନ ଦୃଷ୍ଟି  ଥାଏ । ଗଳ୍ପରେ ପାଠକ ପାଇଁ କିଛି ଅନାବଶ୍ୟକ ନ ଥାଏ । ଲେଖକ ତା ସୃଷ୍ଟିରେ ଏକାଧିକ ଜୀବନ ବଞ୍ଚେ । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ” ସାହିତ୍ୟ ମାସିକୀ ” କାର୍ଯ୍ୟକ୍ରମରେ  ଯୋଗ ଦେଇ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ମତ ଦେଇଛନ୍ତି ।

 ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ସଭା ଗୃହରେ ନାଗାଲାଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼. ଦାଶରଥି ଭୂୟାଁଙ୍କ  ୮ ମ ଗଳ୍ପ ବହି “ନିଜ ଭାଗର ଆକାଶ” ର  ପାଠକାର୍ପଣ ସମାବେଶରେ ଯୋଗ ଦେଇ ପ୍ର. ଅଭିରାମ  ବିଶ୍ୱାଳ ପୁସ୍ତକର ସାମଗ୍ରିକ ଆଲୋଚନାପୂର୍ବକ ପଠନୀୟତା  ଗଳ୍ପର ଆତ୍ମା ବୋଲି ଅଭିହିତ କରିଥିଲେ ।

ପ୍ରସିଦ୍ଧ କବି ଓ ଅନୁବାଦକ ଡ଼. ସଂଗ୍ରାମ ଜେନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଲେଖକର ଦାୟିତ୍ୱ ଓ ସୃଜନର ଭୂମିକା ଉପରେ ଦିଗଦର୍ଶନ ଦେଇଥିଲେ ।

 ଭୁବନେଶ୍ୱର ସାହିତ୍ୟ ପର୍ବ ନିର୍ଦେଶକ ଡ଼. ଅଶୋକ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପରେ ଅନୁଷ୍ଠାନର ଉପସଭାପତି ମିନତି ଦାଶ, ଜୟଶ୍ରୀ ପଟ୍ଟନାୟକ ଓ ମଧୁମିତା ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଧ୍ରୁବ ସେଠୀ ଅକ୍ଷୟ ସାହୁ, ପ୍ରିୟ ସାହୁ ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀମନ୍ତ ସାହୁ, ଉଷା ଆଚାର୍ଯ୍ୟ, ନମିତା ପାଇକରାୟ, ଭିକାରୀ ଧଳ, ରଶ୍ମି ଦାସ, ସୁନନ୍ଦା ମିଶ୍ର, ଅମ୍ବିକା ସ୍ୱାଇଁ, ରମେଶ ପାତ୍ର,କୁମୁଦିନୀ ଜୀ, ବିଜନ ପଟଯୋଶୀ. ପ୍ରଶାନ୍ତ ବିଶ୍ୱାଳ, ଜଗନ୍ନାଥ ନାୟକ, ଡ଼. ରଜନୀ ରଣସିଂହ, ମିହିର କାନ୍ତି ଦାସ, ପବିତ୍ର ବାରିକ, ସବିତା ଶତପଥୀ, ନିରୁପମା ରଥ, ବିରଞ୍ଚି ଶତପଥୀ, ପିତାମ୍ବର ଭୋଇ, ହରିହର ବଳବନ୍ତରାୟ,, ଜନ୍ମେଜୟ ପ୍ରଜାପତି, ପ୍ରଦୀପ୍ତ ବାରିକ, ନନ୍ଦ କିଶୋର ବିଶ୍ୱାଳ, ମଳୟ ବେହେରା ଓ ଶୈଳେନ୍ଦ୍ର ଜେନା ପ୍ରମୁଖ ପ୍ରାୟ ୪୦ ରୁ ଉର୍ଦ୍ଧ୍ଵ କବି ସ୍ୱରଚିତ ଲେଖା ପାଠ କରିଥିଲେ । ଶେଷରେ ଅନୁଷ୍ଠାନର  କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକ ଧନ୍ୟବାଦ ଅର୍ପଣ  କରିଥିଲେ ।

-0-

 ସୂର୍ଯ୍ୟ ମିଶ୍ର  ସଭାପତି ଭୁବନେଶ୍ୱର ସାହିତ୍ୟ ସମାଜ  ଟ୍ରଷ୍ଟ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *