ଝିରପାଣି ଠାରେ ୨୪ତମ ମକର ମିଳନ ଓ ଟିସୁ ମେଳା ଅନୁଷ୍ଠିତ

ରାଉରକେଲା,୧୮/୦୧/୨୦୨୫ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ )-ଝିରପାଣି ସ୍ଥିତ ୟଙ୍ଗ ଆଦିବାସୀ କ୍ଲବ ପଡିଆ ୨୪ତମ ମକର ମିଳନ ଓ ଟିସୁ ମେଳା ଅନୁଷ୍ଠିତ ହୋଇଯାଇଛି। ଝିରପାଣି ମକର ମିଳନ କମିଟିର ସଭାପତି ହାଲୁ ମୁଣ୍ଡାରୀ (ଖ) ଙ୍କ ସଭାପତିତ୍ବ ଓ ସମ୍ପାଦକ ନିଳାମ୍ବର ମୁଣ୍ଡାରୀ ଓ କୋଷାଧ୍ୟକ୍ଷ କିଶୋର ମୁଣ୍ଡାରୀ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ଉତ୍ସବରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ତଥା ଜିଲ୍ଲାପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ, ସମାଜସେବୀ ଗୈାରୀ କୁମ୍ଭାର,ଏ ତିର୍କି, ମଙ୍ଗଲୁ ଖାଡିଆ, ରାମଚନ୍ଦ୍ର ଗାଡିଆ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସଂସ୍କୃତି ହେଉଛି ଆମ ପରିଚୟ। ଏ ମାଟି ଆଦିବାସୀର ମାଟି। ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ମହାନ। ଏହାସହ ସେ ୨୯ କୋଟି ରେ ଝିରପାଣି ମିଟକୁନ୍ଦୁରୀ ରାସ୍ତା,୨୨କୋଟି ରେ ଝିରପାଣି ବନ୍ଧମୁଣ୍ଡା ରାସ୍ତା, ଝିରପାଣି ହାଇସ୍କୁଲ ପାଇଁ ୧୧ କୋଟି ଖର୍ଚ୍ଚ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ମୁଣ୍ଡାରୀ ଓ ଅନ୍ୟ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ମକର ଏକ ଶାନ୍ତି ର ଉତ୍ସବ ଓ ଟିସୁ ମାଙ୍କ ଆଲୈ।କିକ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଝିରପାଣି ଓ ଆଖପାଖ ଅଞ୍ଚଳରୁ ୧୩ଟି ଟିସୁ ମେଢ଼ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ଝିରପାଣି କଂସାରୀ ବସ୍ତି ଏ, କୁମାର ବସ୍ତି ଏ, ଆର୍ ଏସ୍ କଲୋନୀ ବନ୍ଧମୁଣ୍ଡା, ଝିରପାଣି ମୁଣ୍ଡାରୀ ବସ୍ତିର ମହିଳା ମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ମ୍ୟୁଜିକ ଚେୟାର ଓ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅର୍କେଷ୍ଟ୍ରା ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ସୋମଲାଲ ମୁଣ୍ଡାରୀ, ନବୀନ ମୁଣ୍ଡାରୀ, ଅଜୟ ନାଲକୋ,ଅମିତ ବାରା,ରବି ସାଉଣ୍ଡ, ଦଶରଥ କଂସାରୀ,ଜଗଦିଶ ମୁଣ୍ଡାରୀ, ଗଣେଶ ଲୋହାର, ସୀତାରାମ ମାହାତୋ, ରାମଚନ୍ଦ୍ର ତନ୍ତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ସହସ୍ରାଧିକ ଜନସାଧାରଣ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *