ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ 

ରାଉରକେଲା,୧୮/୦୧/୨୦୨୫ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ )ସହରର ପୂରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ଓ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଆଲୋଚକ ଭାବେ ସୁଶିଳାବତୀ ସରକାରୀ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗର ଅଧ୍ୟାପକ ଜ୍ଞାନରଞ୍ଜନ ତ୍ରିପାଠୀ ଯୋଗଦେଇ ଆଲୋଚ୍ୟ ବିଷୟ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସୃଷ୍ଟି ଓ ଦୃଷ୍ଟି ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ସେ ଅଚ୍ୟୁତାନନ୍ଦଙ୍କ ଜୀବନାଦର୍ଶ ଓ ତାଙ୍କ ବାଣୀ କିପରି ସମାଜକୁ ଉଦବୁଦ୍ଧ କରିଥିଲା ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ତଥା ଗାଳ୍ପିକା ସୁଜାତା ପ୍ରଧାନ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଶିକ୍ଷାବିତ ତଥା କବି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ବ ଓ କବୟିତ୍ରୀ ନିରୁପମା ପତି ତଥା ରଶ୍ମି ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଜୟ କୁମାର ପାଣି, କୁଞ୍ଜବିହାରୀ ରାଉତ, ଗଗନ ବିହାରୀ ନାୟକ, ଧରିତ୍ରୀ ପାଇକରାୟ, କରୁଣାକର ପାଟ୍ଟଶାଣୀ,ପ୍ରତାପ କୁମାର ପଣ୍ଡା,ବ୍ରଜ ବିହାରୀ ଦାଶ, ଦୁଷ୍ମନ୍ତ ଦୀପ୍, ଶ୍ରୀକାନ୍ତ ମେହେର, ପ୍ରତାପ କୁମାର ପଣ୍ଡା, ବବିତା ମହାଳିକ, ସୁଶାନ୍ତ କୁମାର ନାୟକ,ଅଶୋକ କୁମାର ପଟ୍ଟନାୟକ, ଭୋଳେଶ୍ବର ବେହେରା, ସସ୍ମିତା ପ୍ରଧାନ, ତାରିଣୀ ଚରଣ ସାହୁ, ରଶ୍ମି ସାହୁ, ନିରୁପମା ପତି ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଶ୍ରୀ ଶତପଥୀ ସଭାପତିତ୍ବ ଅଭିଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଉପସଭାପତି ଡ ସନାତନ ପ୍ରଧାନ ଆସର ସମ୍ପର୍କରେ ଓ ଅନୁଷ୍ଠାନର ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବାଉରୀବନ୍ଧୁ ସାହୁ,ଡା ବସନ୍ତ କୁମାର ଦାସ, ଡ଼ଃ ଶକ୍ତି ପ୍ରସାଦ ସାମନ୍ତରାୟ,ନମିତା ଦାସ, ପଞ୍ଚାନନ ପାତ୍ର, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ପ୍ରିତମ ମହାନ୍ତି,ଅମ୍ବରିଶ ପାତ୍ର, ମନୋଜ କୁମାର ପଣ୍ଡା, ପ୍ରଦୀପ କୁମାର ପଟ୍ଟନାୟକ, ଜଗନ୍ନାଥ ରାଉତ, କାଶୀନାଥ ନନ୍ଦୀ, ଟୁକୁଲା ପାଢ଼ୀ, ଶରତଚନ୍ଦ୍ର ପଣ୍ଡା, ରାଜଲକ୍ଷ୍ମୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଥିଲେ।

Leave a Reply

Your email address will not be published. Required fields are marked *