ଭୁବନେଶ୍ୱର,୧୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କର୍ଣ୍ଣାଟକ ବିଧାନ ପରିଷଦର ସ୍ୱାଧିକାର କମିଟିର ଏକ ପ୍ରତିନିଧି ମଣ୍ଡଳି ଶ୍ରୀ ଏମ୍. ନାଗାରାଜୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଆଜି ଓଡ଼ିଶା ବିଧାନସଭାଠାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ସାକ୍ଷାତ କରିଥିଲେ ।
ଏହି ଅବସରରେ ପ୍ରତିନିଧି ମଣ୍ଡଳି ଓଡ଼ିଶା ବିଧାନସଭାର ସ୍ୱାଧିକାର କମିଟିର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ସମ୍ପର୍କରେ ବିଶଦ ଭାବେ ପଚାରି ବୁଝିବା ସହ ବାଚସ୍ପତିଙ୍କୁ ମଧ୍ୟ କର୍ଣ୍ଣାଟକ ବିଧାନ ପରିଷଦର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ପରମ୍ପରାର ଖୁବ୍ ଉଚ୍ଚକୋଟୀର ବୋଲି ମତଦେବା ସହ ଓଡ଼ିଶାର ଅତିଥିପରାୟଣତାର ସେ ଭୂୟସୀ ପ୍ରଶଂସା କରିଥିଲେ । ଏହି ଆଲୋଚନା ସମୟରେ ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଏହି ପ୍ରତିନିଧି ମଣ୍ଡଳି ଆଜି ସକାଳେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ପୁରୀ ଓ କୋଣାର୍କ ଗସ୍ତରେ ଯାଇଛନ୍ତି । ଆସନ୍ତାକାଲି ଚିଲିକା ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।
-0-
ବିଭୂତି ନାୟକ,ସୂଚନା ଅଧିକାରୀ ବିଭୂତି ନାୟକ,ସୂଚନା ଅଧିକାରୀ ଙ୍କସୌଜନ୍ୟରୁ