ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ବିଶେଷ ଲୋକ ଅଦାଲତ

ଜଗତସିଂହପୁର,୧୪/୦୫/୨୦୨୬ (ଓଡ଼ିଶା ସମାଚାର)-ସହଭାଗୀ ନ୍ୟାୟ ଏବଂ ଲୋକଙ୍କ ନିକଟରେ ନ୍ୟାୟିକ ସେବା ପରିକଳ୍ପନାକୁ ଆଗକୁ ବଢ଼ାଇବା ପାଇଁ “ଦେଶବ୍ୟାପୀ ମଧ୍ୟସ୍ଥତାଭିତ୍ତିକ ବିଚାର ଏବଂ ବିବାଦର ସଦ୍‌ଭାବନାପୂର୍ଣ୍ଣ ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପଦକ୍ଷେପ” – ‘ସମାଧାନ ସମାରୋହ’କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଆୟୋଜନ କରୁଛନ୍ତି । ଏହା ୨୧ ଏପ୍ରିଲ ୨୦୨୬ରୁ ଆରମ୍ଭ ହୋଇ ୨୧, ୨୨ ଏବଂ ୨୩ ଅଗଷ୍ଟ ୨୦୨୬ରେ ଏକ ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବା ସହିତ ସମାପ୍ତ ହେବ ।

ଏହି ବିଶେଷ ଲୋକ ଅଦାଲତର ଉଦ୍ଦେଶ୍ୟ ହେଉଛି ସହମତି ଆଧାରିତ ସମାଧାନ ବ୍ୟବସ୍ଥା ମାଧ୍ୟମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ବିଚାରାଧୀନ ମାମଲାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନକୁ ସୁଗମ କରିବା । ଏହି ପଦକ୍ଷେପ ଅଧୀନରେ ବିବାଦର ପ୍ରଭାବଶାଳୀ ସମାଧାନରେ ସମସ୍ତ ଅଧିବକ୍ତା, ମକଦ୍ଦମାକାରୀ ଏବଂ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସହ ଯୋଗାଯୋଗ କରିବାକୁ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *