ନିରାକାରପୁର, ୨୩/୧୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ନିରାକାରପୁର ରାମଦୟା ପରିଷଦ ପକ୍ଷରୁ ଚାଲିଥିବା ରାମ ଚରିତ ମାନସ ନବାହ୍ନ ପାରାୟଣର ଅନ୍ତିମ ଦିବସରେ ଆଜି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଯଜ୍ଞ ମଣ୍ଡପରେ ଶହଶହ ଭକ୍ତ ଉପସ୍ଥିତ ରହି ଭୋଗ ଲାଗି କରିବା ସହ ଯଜ୍ଞ କୁଣ୍ଡରେ ବହୁ ସଂଖ୍ୟକ ନଡ଼ିଆ ଆହୁତି ଦେଇଥିଲେ । ଭକ୍ତମାନେ ଠାକୁରଙ୍କ ଆର୍ଶିବାଦ ଲାଭ କରିବା ସହ ଠାକୁରଙ୍କ ଚରୁ ପାଇଥିଲେ । ହରିବୋଲ, ହୁଳହୁଳି ,ଘଂଟାଘଂଟି ଓ ମନ୍ତ୍ରପାଠରେ ଶଦ୍ଧରେ ଚର୍ତୁଦିଗ ପ୍ରକମ୍ପିତ ହୋଇଥିଲା ।ଏହି ରାମ ଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକମକୁ ରାମଦୟା ପରିଷଦର ସମସ୍ତ ସଭ୍ୟ ସୁଚାରୁରୂପେ ତୁଲାଇଥିଲେ ।
ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ । ୯ ଦିନ ବ୍ୟାପୀ ଅନୁଷ୍ଠିତ ନବାହ୍ନ ପାରାୟଣ ପ୍ରତ୍ୟହ ହୋମ,ଯଜ୍ଞ, ସୂର୍ଯ୍ୟପୂଜା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶାର ସୁନାମଧନ୍ୟ ପ୍ରବଚକମାନଙ୍କ ଦ୍ୱାରା ରାମକଥା ସମ୍ବନ୍ଧରେ ପ୍ରବଚନ ପ୍ରଦାନ କରାଯାଇଥିଲା ।