ଆଇନଜୀବୀ ଚିନ୍ମୟ ପ୍ରତାପ ବହୁମୂଖୀ ପ୍ରତିଭା ର ଅଧିକାରୀ ଥିଲେ

ଚଣ୍ଡିଖୋଲ, ୧୪/୮/୨୦୨୪ (ଓଡ଼ିଶା ସମାଚାର)- ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ର କୋଷାଧ୍ୟକ୍ଷ ଯୁବ ଆଇନଜୀବୀ ଚିନ୍ମୟ ପ୍ରତାପ ଜଣେ ବହୁମୂଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି ତାଙ୍କ ଜନ୍ମ ମାଟି ବଡଚଣା ଠାରେ ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ପକ୍ଷରୁ ଏକାଦଶ  ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ଅତିଥି ମାନେ ବକ୍ତବ୍ୟ କରିଛନ୍ତି । ବାର ଆସୋସିଏସନ ପକ୍ଷରୁ ଆହୁତ ସଭାରେ ସଭାପତି ଦେବରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ପ୍ରକାଶ କୁମାର ଦାଶ ଚିନ୍ମୟ ଙ୍କ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଏକ ସ୍ମରଣିକା ଚିର ସ୍ମରଣୀୟ ଚିନ୍ମୟ ଶୀର୍ଷକ ବାର୍ ଆସୋସିଏସନ ପକ୍ଷରୁ ପ୍ରକାଶ କରାଯାଇଥିବା ଓ ଯୋଗଦେଇ ଥିଲେ ରାଜ୍ୟ ଆଇନଜିବୀ ସଂଘ ର ସଭାପତି ତଥା ଓଡିଶା ରାଜ୍ୟ ଆଇନଜିବୀ ପରିଷଦ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ମାନସ ରଞ୍ଜନ ମହାପାତ୍ର ,ଉପାଧ୍ୟକ୍ଷା ରାଜୀବ ମହାନ୍ତି  ,ଚଣ୍ଡିଖୋଲ କୋର୍ଟ ର ବରିଷ୍ଠ ବିଚାରପତି ଶ୍ରୀ ବିଶ୍ଵ ଦୀପକ ସାହୁ, କନିଷ୍ଠ ବିଚାରପତି ସୁଶ୍ରୀ ଶ୍ରୁତି ଅଭିଳାଷା, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ରାଜ୍ୟ ଆଇନଜିବୀ ସଂଘ ର ଉପସଭାପତି ଶ୍ରୀ ସୁଶାନ୍ତ କୁମାର ବରାଳ, ଚଣ୍ଡିଖୋଲ ବାର ଆସୋସିଏସନ ର ପୂର୍ବତନ ସଭାପତି ଶ୍ରୀ  ଶରତ କୁମାର ଷଡଙ୍ଗୀ, ପ୍ରତାପ ଦାସ, ପୂର୍ବତନ ଉପସଭାପତି  ନଳିନୀକାନ୍ତ ମିଶ୍ର, ପ୍ରେମାନନ୍ଦ ବେହେରା, ନିରଞ୍ଜନ ସାମଲ, ଉଦୟନାଥ ସାହୁ  , ସୁରେଶ ପଣ୍ଡା, ରାମଚନ୍ଦ୍ର ତ୍ରିପାଠୀ, କୈଳାଶ ଚନ୍ଦ୍ର ସାମଲ, ପ୍ରିୟନାଥ ମହାପାତ୍ର, ସନ୍ତୋଷ ତରେଇ, ଜୟଦୀପ ସାହୁ, ଲିଲି ରାଣୀ  ବେହୁରା,ସୁରେଶ ସାହାଣୀ, ମନ୍ମଥ କେଶରି ବଳ, ଶରତ ଚନ୍ଦ୍ର ବଳ, ସୀମନ୍ତିନୀ ଜେନା,ବୃନ୍ଦାବନ କର, ଅରବିନ୍ଦ ସାମଲ, ଶ୍ରଦ୍ଧାଞ୍ଜଳି ସାହୁ, କୁମର ନାୟକ, ଅନ୍ତ ବାସୁଦେବ ମିଶ୍ର, ତାପସ କୁମାର ନାୟକ, କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ବାର ଆସୋସିଏସନ ର ଉପସଭାପତି ଶ୍ରୀକାନ୍ତ ବଳ, ଯୁଗ୍ମସଂପାଦକ ସିରିଶ ସାମଲ, ସହ ସମ୍ପାଦକ ତରୁଣ ବିଶ୍ଵାଳ, ବୀରେନ୍ ବିଶ୍ଵାଳ  ବିଜୟ ରାଉଳ, ଜ୍ୟୋତି ଶଙ୍କର ମହାପାତ୍ର, ସୁବ୍ରତ ସ୍ଵାଇଁ, ପିନାକୀ ପ୍ରଧାନ, ଲୋଭାରାଣୀ ନାୟକ, ପରମାନନ୍ଦ ସାହୁ, ପ୍ରଭୁତି ବହୁ ଆଇନଜିବୀ। ଶେଷ ରେ ଚିନ୍ମୟ ଙ୍କର ବଡଭାଇ କଟକ କ୍ରିମିନାଲ ବାର ଆସୋସିଏସନ ର କୋଷାଧ୍ୟକ୍ଷ ଆଇନଜୀବୀ ପ୍ରକାଶ ପ୍ରତାପ I ଏହି କାର୍ଯ୍ୟକ୍ରମ ରେ ସ୍ଵର୍ଗତଃ ଚିନ୍ମୟ ଙ୍କର ଏକ ମାତ୍ର କନ୍ୟା ପ୍ରିୟାଶି ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *