ସତ୍ୟବାଦୀ, ୧୭/୦୧/୨୦୨୫ (ଓଡ଼ିଶା ସମାଚାର)- ସତ୍ୟବାଦୀ ବକୁଳବନ ସ୍ଥିତ ପଞ୍ଚସଖା ପଡିଆରେ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ପାଳନ ଶିବିର ସହିତ ଏକ କୃଷକ ମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସିଫା ଓ ଶ୍ରୀ ଦୀକ୍ଷା କୃଷି ଉତ୍ପାଦନ କମ୍ପାନୀ ଲିମିଟେଡ ଫୁଲଅଳସା, ସାକ୍ଷୀଗୋପାଳ ଓ ସତ୍ୟବାଦୀ କୃଷି ଉତ୍ପାଦନ କମ୍ପାନୀ, ପଟ୍ଟନାୟିକିଆ ସାହି ସାକ୍ଷୀଗୋପାଳଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । କୃଷକ ମେଳାକୁ ସିଫାର ବରିଷ୍ଠ ବୈଜ୍ଞାନିକ ଡ. ଆସିଷ ସାହା, ବୈଜ୍ଞାନିକ ଡ. ପ୍ରେମ କୁମାର ମେହେର, ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ରର ମସ୍ୟବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ, ସିପାର ବୈଜ୍ଞାନିକ ଉଦୟ କୁମାର ଉଦିତଙ୍କ ସହିତଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପିୟା ବରାଳ ଓ ସତ୍ୟବାଦୀର ବିଧାୟକଙ୍କ ଧର୍ମପତ୍ନୀ ଦେବବନିତା ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଶେଷ କରି ମାଛ ଚାଷ ପାଇଁ ଆଜିର ଦିନରେ ବୈଜ୍ଞାନିକ ପଦ୍ଧତିରେ ଚାଷ କରିଲେ ନିଶ୍ଚିତ ଲାଭ ହୋଇ ପାରିବ ବୋଲି ମତ୍ସ୍ୟ ବୈଜ୍ଞାନିକ ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଶରତ ଚନ୍ଦ୍ର ମହାପାତ୍ର ଓ ରଜନୀ ମହାପାତ୍ରଙ୍କ ସହିତ ଅନେକ ମତ୍ସ୍ୟ ଚାଷୀ ମାନଙ୍କୁ ଉପଢ଼ୌକନ ଦେଇ ସମ୍ମଦ୍ଧିତ କରାଯାଇଥିଲା । ସିଫା ପକ୍ଷରୁ ଦଶଜଣ ମତ୍ସ୍ୟ ଚାଷୀ ମାନଙ୍କୁ ମାଗଣାରେ ମାଛ ଚାଷ କରିବା ପାଇଁ ଉନ୍ନତ ମାନର ଜାଅଁଳ ଯୋଗାଇ ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ସମିତିସଭ୍ୟ ଦୀପକ ଶତପଥୀ, ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ କୁମାର ରାଉତଙ୍କ ସହିତ ଅଶୋକ ରାଉତ, ଶଙ୍କର ପ୍ରଧାନ ଓ ସାଂସଦଙ୍କ ପ୍ରତିନିଧି ତ୍ରିଲୋଚନ ରଥ , ସାମ୍ବାଦିକ ଅମର ଶତପଥିୀ, ପ୍ରଭାତ କୁମାର ମିଶ୍ର ଓ ଧୀରେନ୍ଦ୍ର ସେନାପତି ପ୍ରମୁଖଙ୍କୁ ଅତିଥି ମାନେ ଉପଢ଼ୌକନ ଓ ଫୁଲତୋଡା ଦେଇ ସମ୍ମଦ୍ଧିତ କରିଥିଲେ । ସତ୍ୟବାଦୀ କୃଷି ଉତ୍ପାଦନ କମ୍ପାନୀର ଅଧ୍ୟାକ୍ଷା ସଂଧ୍ୟା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ସଂଯୋଜନା କରିଥିଲା । ଶ୍ରୀ ଦୀକ୍ଷା କୃଷି ଉତ୍ପାଦନ କମ୍ପାନୀର ଅଧ୍ୟକ୍ଷା ସବିତା ପଣ୍ଡା ଧନ୍ୟବାଦ ଦେଇଥିଲେ ।
ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ପାଳନ ଶିବିର , କୃଷକ ମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ
