କଟକ ସଦର,୧୭/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା କୃଷକ ସେବା ସମବାୟ ସମିତିର ଧାନ ମଣ୍ଡି ଆଜି (ଶୁକ୍ରବାର ଦିନ) କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଉଦଘାଟନ କରିଥିବା ଜଣାପଡିଛି। ଏଥିରେ ସମିତିର ସଭାପତି ସମର ବେହେରା, ଉପସଭାପତି କବିତା ରାଉତ,ସଂପାଦକ ବିରଜା ପୁଷ୍ପାଳକ, ମୀନ କେତନ ଜେନା, ଗତିରାଉତପାଟଣା ସରପଂଚ ସୋନାଲି ରାଉତ, ଆୟତପୁର ସରପଂଚ ରାକେଶ ବେହେରା ,ଆଦିକନ୍ଦ ରାଉତ, ପରମହଂସ ସରପଂଚ ଅଶୋକ ପାତ୍ର,ନିମେଇଶାପୁର ସରପଂଚ ଜ୍ୟୋତ୍ସ୍ନାରାଣୀ ରାଉତ, ପୂର୍ବତନ ସରପଂଚ ତ୍ରିଲୋଚନ ସ୍ବାଇଁ, ଫକିରପଡା ସମିତି ସଭ୍ୟ ସଂନ୍ତୋସ ରାଉତ ଙ୍କ ସମେତ ସମିତିର ପରିଚାଳନା ନିର୍ଦ୍ଦେଶକ ଓ ଚାଷୀମାନେ ଯୋଗ ଦେଇଥିଲେ। ଆଜି ଉଦଘାଟନ ଦିନରେ ଚାଷୀ,ମିଲର ଓ ସମିତିର ସହମତି ରେ ସୁରୁଖୁରୁରେ ୧୦ ଜଣ ଚାଷୀ ୨୭୭ କୁଇଣ୍ଟାଲ ଧାନ ଦେଇଥିବା ଜଣାଯାଇଛି।
ଗତିରାଉତପାଟଣା ଧାନ ମଣ୍ଡି ଉଦଘାଟିତ, ସୁରୁଖୁରୁରେ ପ୍ରଥମ ଦିନ ରୁ ଧାନ ଉଠିଲା
