ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ଯକ୍ଷ୍ମା ରୋଗୀମାନଙ୍କୁ ବାସ୍କେଟ ବଣ୍ଟନ

ଜଗତସିଂହପୁର, ୨୪/୦୬/୨୦୨୬ (ଓଡ଼ିଶା ସମାଚାର)- ଆଜି ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ – (ଯକ୍ଷ୍ମା) ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ  ଙ୍କ ଅଧ୍ୟକ୍ଷତାରେ ଚିକିତ୍ସାଧୀନ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ବାସ୍କେଟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସ୍ନିଧାମୟୀ ମହାନ୍ତି ଉପସ୍ଥିତ ରହି

ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଏବଂ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଭଳି ପଦକ୍ଷେପ ଅଧୀନରେ ପୁଷ୍ଟିକର ସହାୟତା ଉନ୍ନତ ଚିକିତ୍ସା ସଫଳତା ହାରରେ ଯୋଗଦାନ କରେ ଏବଂ ଯକ୍ଷ୍ମା ମୁକ୍ତ ଭାରତର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରେ ବୋଲି କହିଥିଲେ।

ଏହି ପୁଷ୍ଟିକର ଖାଦ୍ୟ ବାସ୍କେଟ ନିକ୍ଷୟ ମିତ୍ର “ପାରାଦୀପ ଫସପେଟ୍ ଲିମିଟେଡ୍” ଦ୍ୱାରା ଯୋଗେଇ ଦିଆ ଯାଉଅଛି ।

Leave a Reply

Your email address will not be published. Required fields are marked *