ରାଉରକେଲା, ୧୬/୦୧/୨୦୨୫ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )-ସେକ୍ଟର ୨୦ସ୍ଥିତ ଉତ୍କଳ ଗୈାରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁକ୍ତ ୨ ଛାତ୍ରୀ ମାନଙ୍କୁ ନେଇ ୮ଦିନିଆ ଆତ୍ମ ସୁରକ୍ଷା କୈାଶଳ ୨୦୨୪-୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଲତା ଦେହୁରୀ ଙ୍କ ସଭାପତିତ୍ବ ଓ ଅଧ୍ୟାପକ ପ୍ରଦୀପ କୁମାର ଗିରିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, କବୟିତ୍ରୀ ସସ୍ମିତା ପ୍ରଧାନ ଓ ସୁରକ୍ଷା କୈାଶଳର ମାଷ୍ଟର ଟ୍ରେନର ଭାବେ ଜୟ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଏହି ଆତ୍ମ ସୁରକ୍ଷା କୈାଶଳ କାର୍ଯ୍ୟକ୍ରମ ୨୦୧୩ ରେ ତତ୍କାଳୀନ ଚର୍ଚ୍ଚିତ ଘଟଣା ନିର୍ଭୟା କାଣ୍ଡ ପରେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା କୁ ଉପଲବ୍ଧି କରି ବିଦ୍ୟାଳୟ ସ୍ତରରେ ସରକାର ଆରମ୍ଭ କରିଥିଲେ। ଏହି କୈାଶଳ ଦ୍ବାରା ଝିଅ ମାନେ ନିଜକୁ ସୁରକ୍ଷିତ ରଖିବା ସହ ନିଜର ମାନସିକ ଓ ଶାରିରୀକ ଭାବେ ଦୃଢ଼ ହୋଇପାରିବେ ବୋଲି ମତ ରଖିଥିଲେ। ଅଧ୍ୟକ୍ଷା ସୁଶ୍ରୀ ଦେହୁରୀ ଏଭଳି କାର୍ଯ୍ୟକ୍ରମ ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି କରିବ ବୋଲି ମତ ରଖିବା ସହ ସରକାରଙ୍କ ଏଭଳି ମହତ ଉଦ୍ଦେଶ୍ୟକୁ ସାଧୁବାଦ ଦେଇଥିଲେ। ଶେଷରେ ବରିଷ୍ଠ ଅଧ୍ୟାପକ ସୁଶାନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମାଷ୍ଟର ଟ୍ରେନର ଶ୍ରୀମତୀ ସିଂ ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର କୈାଶଳ ଶିଖାଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା ଅଧ୍ୟାପକ ସର୍ବଶ୍ରୀ ସତ୍ୟେନ୍ଦ୍ର କୁମାର ସିଂ, ରୀତା ରାୟ, ସନ୍ଧ୍ୟାରାଣୀ ଚୈ।ଧୁରୀ, ରମେଶ ପ୍ରଧାନ,ସୈ।ମ୍ୟରଞ୍ଜନ ଦାଶ, ପ୍ରକାଶ ଦାଶ, ଅଳକା ରଶ୍ମି ମହାନ୍ତି, ଶୈଳବାଳା ଷଡ଼ଙ୍ଗୀ,ସମିତା ପଟ୍ଟନାୟକ, ସୁନିତା ମହାଳିକ,ସୁରଭି ଦାସ, ସନ୍ତୋଷିନୀ ସାହୁ, ଜୟଦେବ ବିଶ୍ବାଳ, ଗଣେଶ ସାହୁ,କୁଳ ବେହେରା,ଗୋଲକ ବଡାଇକ, ଏନ୍ ରାଜୁ, ଉଷା ବେହେରା,ପ୍ରିନନ ମହାନ୍ତି, ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ୟୁଜିଏମ ରେ ଆତ୍ମସୁରକ୍ଷା କୈାଶଳ କାର୍ଯ୍ୟକ୍ରମ
