ଭୁବନେଶ୍ୱର, ୧୬/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ମାତାଙ୍କ ବିୟୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଜୀବନରେ ମା’ର ସ୍ଥାନ ସ୍ୱତନ୍ତ୍ର । ମା’ର ମମତା ହେଉଛି ଏକ ଅବେଗଭରା ଅନୁଭୂତି । ଶ୍ରୀମତୀ ପରିଡ଼ା ତାଙ୍କ ମା’ଙ୍କୁ ହରାଇଥିବାର ଶୂନ୍ୟସ୍ଥାନ ସବୁଦିନ ପାଇଁ ଅପୂରଣୀୟ ରହିବ । ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଶକ୍ତି ପ୍ରଦାନ କରିବେ ବୋଲି ପ୍ରାର୍ଥନା କରିଛନ୍ତି ।
-0-
ବିଭୂତି ନାୟକ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ