ନେମାଳ,୧୩/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ଆଜି ହେଉଛି ପୌଷ ପୂର୍ଣ୍ଣିମା । ଏହି ଅବସର ରେ କଟକ ଜିଲ୍ଲା ର ପ୍ରସିଦ୍ଧ ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପବିତ୍ର ପଦ୍ମବନପୀଠ ରେ ପାଳନ ହେଉଛି ପୁଷ୍ୟାଭିଷେକ ଉତ୍ସବ ।
ଚଳଚଞ୍ଚଳ ହୋଇ ଉଠିଛି ଏହି ପୀଠ । ସକାଳୁ ଠାକୁରଙ୍କ ଵିଭିନ୍ନ ନୀତିକାନ୍ତି କରାଯାଇଥିବା ବେଳେ ବହୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ମାନଙ୍କର ଗହଳି ଲାଗିଛି । ପଞ୍ଚ ସଖା ଯୁଗର ଅନ୍ୟତମ ସ୍ରଷ୍ଟା ମହାପୁରୁଷ ଅଚୁ୍ୟତାନନ୍ଦ ମହାପୁରୁଷ ଙ୍କ ପିଠରେ ଆଜି ପୌଷ ପୂର୍ଣ୍ଣିମା ତିଥି ରେ ଠାକୁରଙ୍କୁ ଵିଭିନ୍ନ ଫୁଲ ରେ ଅଭିଷେକ କରାଯାଉଛି ।ଵିଭିନ୍ନ ନିତି କାନ୍ତି ମଧ୍ୟ ରେ ରାଜାଧିରାଜ ବେଶ ରେ ପ୍ରଭୁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ।
ପୁରା ପିଠ କୁ ଵିଭିନ୍ନ ଫୁଲ ରେ ସଜା ଯିବା ସହ ଉତ୍ସବ ମୁଖରିତ ହୋଇଛି ପୂରା ପରିବେଶ ।ସହସ୍ରାଧିକ ଶ୍ରଦ୍ଧାଳୁ ମହାପୁରୁଷଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ।ବିଶେଷ କରି ପ୍ରଭୁ ଙ୍କ ର ପଗଡି କୁ ଏକ ପାଲିଙ୍କି ରେ ରଖା ଯାଇ ଶୋଭା ଯାତ୍ରା ରେ ପରିକ୍ରମା କରାଯିବା ଦୃଶ୍ୟ ଦେଖିବାକୁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ଥିବା ବେଳେ ଭକ୍ତ ଶାନ୍ତି ଶୃଙ୍ଖଳା ରେ ଠାକୁରଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁ ଥିବା କହିଛନ୍ତି।
ପୁଷ୍ୟାଭିଷେକ ପୁର୍ଣିମାରେ ନେମାଳ ଅଚ୍ୟୁତାନନ୍ଦ ଙ୍କ ପୀଠ ଚଳଚଞ୍ଚଳ
