ବଳଦେବ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,୧୩/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ବଳଦେବ ଉଚ୍ଚ ବିଦ୍ୟାଳୟର ୨୦୦୫ବ୍ୟାଚର ପୁରାତନ ଛାତ୍ରମାନଙ୍କର ଏକ ଆଲୋଚନାଚକ୍ର ମା’ବରୁଣେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ପୁରାତନ ଛାତ୍ର ରୂପେ ଭବିଷ୍ୟତରେ ବିଦ୍ୟାଳୟର ଉନ୍ନତି ଓ ଅଧୁନା ବିଦ୍ୟାଳୟରେ ପଢୁଥିବା ପିଲା ମାନଙ୍କ ପାଇଁ ପ୍ରୋତ୍ସାହନ ପ୍ରଦାନ ନିମିତ କିଛି କାର୍ଯ୍ୟକ୍ରମ ହାତକୁ ନେବାକୁ ଆଲୋଚନା କରାଯାଇଥିଲା । ଏଥିସହିତ ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ରମାନେ ବିଗତ ଦିନରେ ସେହି ଅଭୁଲା ସ୍ମୃତିକୁ ସାଉଁଟିବା ସହିତ ଦୀର୍ଘ ବ୍ୟବଧାନ ପରେ ମିଳିତ ହୋଇଥିବାରୁ ପରସ୍ପର ମଧ୍ୟରେ ଦୁଃଖ ଓ ସୁଖ ବାଂଟିବାରେ ନିମଗ୍ନ ହୋଇପଡିଥିଲେ । ଏହି କାର୍ଯ୍ୟକ୍ରମକୁ ସୌମ୍ୟକାନ୍ତ, ସମ୍ବିତ, ଆଦିତ୍ୟ, ବିଶ୍ୱରଂଜନ, ସରୋଜ, ଗୁରୁଚରଣ, ବିଭବ, ଶାରଦା ପ୍ରସନ୍ନ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *