ଭୁବନ, ୧୩/୦୧/୨୦୨୫ (ଓଡ଼ିଶା ସମାଚାର)- ଭୁବନର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ବିଷ୍ଣୁପ୍ରିୟା ଫାଉଣ୍ଡେସନ” ତରଫରୁ ବିଭିନ୍ନ ୱାର୍ଡ ର ୧୫୦ ଜଣ ଗରିବ,ଅସହାୟ ( ହରିଜନ) ବ୍ୟକ୍ତି ଶୀତରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କରାଯାଇଛି । ବିଷ୍ଣୁପ୍ରିୟା ଫାଉଣ୍ଡେସନ ଅଧ୍ୟକ୍ଷ ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ମ୍ୟାନେଜର ବିକାଶ ରାଉତ ୱାର୍ଡ ନଂ ୩,୪,୧୨ ,୧୪ ଓ ୧୫ ରେ ସମୁଦାୟ ୧୫୦ ଜଣ ଗରିବ, ଅସହାୟ ହରିଜନ ବ୍ୟକ୍ତି ଙ୍କୁ କମ୍ବଳ ବଣ୍ଟନ କରିଥିଲେ । ସୂଚନାଯୋଗ୍ୟ ଯେ,କୋଭିଡ -୧୯ ସମୟରେ ରୋଗୀଙ୍କୁ ମାଗଣା ଅକ୍ସିଜେନ୍ ପ୍ରଦାନ କରି ସାରା ଜିଲ୍ଲାରେ ବେଶ୍ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଥିଲେ । ବିଷ୍ଣୁପ୍ରିୟା ଫାଉଣ୍ଡେସନ ତରଫରୁ ଏତାଦୃଶ କାର୍ଯ କୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।
ବିଷ୍ଣୁପ୍ରିୟା ଫାଉଣ୍ଡେସନ ତରଫରୁ ହରିଜନ ବସ୍ତିରେ କମ୍ବଳ ବଣ୍ଟନ
