ପ୍ରାକ୍ତନ ମୁଖ୍ୟ ଲିପିକଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା,୧୬/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟର ପ୍ରାକ୍ତନ ମୁଖ୍ୟ ଲିପିକ ଉମାକାନ୍ତ ବିଶ୍ୱାଳଙ୍କ ଅକାଳ ବିୟୋଗରେ ତାଙ୍କ ସ୍ମୃତି ଉଦେଶ୍ୟରେ ଜିଲାପାଳଙ୍କ ସଦଭାବନା ସଭାଗୃହରେ ସୋମବାର ଷ୍ଟାଫ କମିଟି ସଭାପତି ଶୈଳେନ୍ଦ୍ର ପ୍ରଧାନଙ୍କ ଆବାହକତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱର୍ଗତ ବିଶ୍ୱାଳଙ୍କ ସହକର୍ମୀ ଅକ୍ଷୟ କୁମାର ନାୟକ, ଶୁଭେନ୍ଦୁ ତ୍ରିପାଠୀ, ନିରଞ୍ଜନ ମହାନ୍ତି, ଗୌରାଙ୍ଗ ବେହେରା, ସୁଦର୍ଶନ ବେହେରା, ଦୈତାରୀ ସାହୁଙ୍କ ସମେତ କଲେକ୍ଟୋରେଟ ଷ୍ଟାଫ କମିଟି ସଦସ୍ୟ ସୁକାନ୍ତ ଜେନା, ମାନସ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରଥମେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *