କଟକ,୦୨।୦୩।୨୦୨୪ (ଓଡ଼ିଶା ସମାଚାର) : କଟକ ସଦର ପଟଣା ଗ୍ରାମର ସର୍ବ ପୁରାତନ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପୂଜ୍ୟପୂଜା ଭବନରେ ବ୍ରହ୍ମ ମୁହୂର୍ତ୍ତରେ ଜଗତସିଂହପୁର ଜିଲ୍ଲା ସହସା ଶାସନ ତିର୍ତ୍ତୋଲ ଗ୍ରାମର ଗର୍ବ ଓ ଗୌରବ ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ ନିଶାମଣି ଖୁଣ୍ଟିଆଙ୍କ ୯୯ ତମ ଜନ୍ମ ଜୟନ୍ତୀରେ ଧର୍ମପ୍ରାଣ ଆଦର୍ଶ ଦଂପତି ସମାଜସେବୀ ନାରାୟଣ ଚନ୍ଦ୍ର ମହାନ୍ତି ଓ ଶିକ୍ଷାବିତ୍ ସରୋଜ ନଳିନୀ ପରିଜା ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ସ୍ୱାଧୀନତା ସଂଗ୍ରାମୀ ନିଶାମଣି ଖୁଣ୍ଟିଆଙ୍କ ଜନ୍ମ ଜୟନ୍ତୀ ପାଳିତ ।
