ଭୁବନେଶ୍ୱର,୧୭/୧୧/୨୦୨୬ (ଓଡ଼ିଶା ସମାଚାର)- ବେଙ୍ଗାପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅକ୍ୱାନକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି । ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏନେଇ ସୋମବାର ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟରେ ସମସ୍ତ ବିଭାଗର ସଚିବ ଓ ନିର୍ଦେଶକଙ୍କୁ ନେଇ ଏକ ସମୀକ୍ଷା ବୈଠକ ହୋଇଛି । ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଓ ସୂଚନା ଆଧାରରେ ପ୍ରତ୍ୟେକ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି ।ବାତ୍ୟା ଅକୱାନର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ୮ଟି ଜିଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାତ୍ୟାର ପ୍ରଭାବ ଶେଷ ହେବା ପର୍ଯ୍ୟନ୍ତ ହେଡକ୍ୱାର୍ଟର ଛାଡି ଯାଇପାରିବେନାହିଁ ଅଧିକାରୀ କିମ୍ବା କର୍ମଚାରୀ । ଛୁଟି ବାତିଲ ହୋଇଥିବା ୮ ଜିଲା ହେଉଛି କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ଗଞ୍ଜାମ ଓ ପୁରୀ । ଅନ୍ୟ ସମ୍ଭାବ୍ୟ ପ୍ରଭାବିତ ଜିଲାଗୁଡ଼ିକରେ ଛୁଟି ବାତିଲ କରିବା ନେଇ ସମ୍ପୃକ୍ତ ଜିଲାପାଳମାନେ ନିଷ୍ପତି ନେବେ ।
୮ ଜିଲା ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
