କେନ୍ଦ୍ରାପଡାରୁ ଆରଏମଏସ ସେବା ଉଚ୍ଛେଦ ନିଷ୍ପତି ପ୍ରତ୍ୟାହାର ପାଇଁ ମୁଖ୍ୟ ଡାକପାଳଙ୍କୁ ଚିଠି ଲେଖିଲେ ବିଧାୟକ ଗଣେଶ୍ୱର

କେନ୍ଦ୍ରାପଡ଼ା,୦୯/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାରୁ ରେଳବାଇ ଡାକସେବା ଉଚ୍ଛେଦ କରିବା ନେଇ ଯେଉଁ ନିଷ୍ପତି ହୋଇଛି ତାହାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓଡିଶା ସର୍କଲ ମୁଖ୍ୟ ଡାକପାଳଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ସହରର ମହିପାଳ ଠାରେ ୧୯୭୭ମସିହାରୁ ଏପର୍ଯ୍ୟନ୍ତ ରେଳବାଇ ଡାକସେବା କାର୍ଯ୍ୟାଳୟ ଚାଲୁଅଛି । ଏହି କାର୍ଯ୍ୟାଳୟ ଜିଲାର ୯ଗୋଟି ବ୍ଲକ ଓ ଦୁଇ ଗୋଟି ପୌରାଂଚଳରେ ଥିବା ୩୧ଟି ଡାକଘରୁ ଯେଉଁ ସବୁ ଚିଠିପତ୍ର ଆସେ ସେଗୁଡିକୁ ଦୂର ଦୂରାନ୍ତ ଠିକଣାରେ ପହଂଚାଇ ଥାଏ । କିନ୍ତୁ ଏବେ ଓଡିଶା ସର୍କଲର ମୁଖ୍ୟ ଡାକପାଳ ନିଷ୍ପତି ନେଇଛନ୍ତି ଯେ ଏହି କାର୍ଯ୍ୟାଳୟକୁ ଏଠାରୁ ଉଚ୍ଛେଦ କରି କଟକ ସର୍କଲ ସହିତ ମିଶାଇ ଦେବା ପାଇଁ । ଏହାଦ୍ୱାରା ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । ଏଥିସହ ଜିଲାବାସୀ ମଧ୍ୟ ସମସ୍ୟାରେ ପଡିବେ । କାରଣ ଭୌଗୋଳିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଜିଲା ସହ ପାରାଦୀପ ବନ୍ଦର ଓ ଧାମରା ବନ୍ଦର ସଂଯୋଗ ହୋଇଛି । ଏହି ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲାରେ କାର୍ଯ୍ୟ କରୁଥିବା ରେଳ ଡାକସେବା କାର୍ଯ୍ୟାଳୟର ଗୁରୁତ୍ୱ ରହିଛି । ତେଣୁ ଏହି କାର୍ଯ୍ୟାଳୟକୁ ଏଠାରୁ ଉଠାଇ କଟକ ସର୍କଲ କାର୍ଯ୍ୟାଳୟ ସହିତ ଯୋଡିବା ନିଷ୍ପତିିକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *