” କାପୁଡ଼ିଆ ସମାଜ ” ତରଫରୁ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ପାଳିତ

ଭୁବନ, ୨୦/୮/୨୦୨୪ (ଓଡ଼ିଶା ସମାଚାର)-ଭୁବନ ରେ ସର୍ବାଧିକ ତଥା ଜନ ବହୁଳ ଜାତି / ସମ୍ପ୍ରଦାୟ ” କାପୁଡ଼ିଆ ସମାଜ” ତରଫରୁ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ବେହେରା ସାହି ସ୍ଥିତ ମନ୍ଦିରରେ ପ୍ରଭୁ ବଳଦେବ ଜିୟୁ ଙ୍କ ପୂଜାର୍ଚ୍ଚନା କରାଯାଇ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ପୂର୍ବତନ ତଥା ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଅପରାହ୍ନ ୨ ଘଟିକା ସମୟ ରେ ପ୍ରଭୁ ବଳଦେବଜୀୟୁ ଓ ରାଧା କୃଷ୍ଣଙ୍କୁ ଏକ ସୁସଜ୍ଜିତ ବିଭାନ ରେ ବସାଇ ବାଜା, ପାରମ୍ପରିକ ବାଦ୍ୟ,ପୁରୀ ସାହି ନୃତ୍ୟ,ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଗହଣ ରେ ସହର ପରିକ୍ରମା କରାଯାଇଥିଲା । କାପୁଡ଼ିଆ ସମାଜ ,ଭୁବନ ସଭାପତି ରାମ ଚନ୍ଦ୍ର ରାଉତ ଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଖଗେଶ୍ବର ନାୟକ,ରାଜ୍ୟ ସଭାପତି ନବ କିଶୋର ଗୁରୁ,ରାଜ୍ୟ ସଂଗଠନ ସମ୍ପାଦକ ଦିଲୀପ କୁମାର ଦାସ,ଜିଲ୍ଲା ଉପସଭାପତି ବିପିନ ବିହାରୀ ଦାସ , ବିଦ୍ୟାଧର ବିହାରୀ,ଭୁବନ ର ପୂର୍ବତନ ସଭାପତି ରାମକୃଷ୍ଣ ପୋଥାଳ ଙ୍କ ସମେତ ୨୦ ଜଣ ବେହେରା,୨୦ ଜଣ ପରିମାଣିକ ଏବଂ କାପୁଡିଆ ଯୁବକ ସଂଘ  ପ୍ରମୁଖ ଯାତ୍ରାର ନେତୃତ୍ୱ ନେଇଥିଲେ।  ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ କାପୁଡିଆ ସମାଜ ବ୍ୟକ୍ତି ଯାତ୍ରାରେ ସାମିଲ ହୋଇ ଅନ୍ୟ ଜାତି/ସମ୍ପ୍ରଦାୟ ବ୍ୟକ୍ତି ଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ସୃଷ୍ଟି କରିଥିଲେ ।

Leave a Reply

Your email address will not be published. Required fields are marked *