ବରପୁତ୍ର ନବକୃଷ୍ଣ ଚୌଧୁରୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଜଗତସିଂହପୁର, ୨୪/୧୧/୨୦୨୫ (ଓଡ଼ିଶା ସମାଚାର)- ଗତ କାଲି ଜିଲ୍ଲା ସଦରମହକୁମା ରେ ବରପୁତ୍ର ନବକୃଷ୍ଣ ଚୌଧୁରୀ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ଓ ଖେରସ ଛକ ଠାରେ ଥିବା  ସେହି ମହାନ ଆତ୍ମାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ  ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା,ପୌର ପରିଷଦର କର୍ମ କର୍ତ୍ତା  ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *