ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ସିଧାପ୍ରସାରଣ କାର୍ଯ୍ୟକ୍ରମ

 ଜଗତସିଂହପୁର ଜିଲ୍ଲାରୁ ପାଇଲେ ୨୭୯୫୦୯ ଜଣ ହିତାଧିକାରୀ

ଜଗତସିଂହପୁର, ୨୮/୦୮/୨୦୨୬ (ଓଡ଼ିଶା ସମାଚାର)- ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସର ରେ ନୟାଗଡ଼ ଜିଲ୍ଲା ରୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ର ରାଜ୍ୟ ସ୍ତରୀୟ ଉତ୍ସବ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୧ କୋଟି ରୁ ଉର୍ଦ୍ଧ୍ବ ସୁଭଦ୍ରା ମାଆଙ୍କ ଆକାଉଣ୍ଟ କୁ ୫ ହଜାର ଟଙ୍କା ଲେଖାଏଁ  ଅର୍ଥ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦ୍ଵାରା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତଙ୍କ ସଭାପତିତ୍ବରେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆଦି କବି ସାରଳା ଦାସ ସଂସ୍କୃତି ଭବନ ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶିଳ୍ପ ,ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା , ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଥିଲେ, ସୁଭଦ୍ରା ଯୋଜନାକୁ ମହିଳା ସଶକ୍ତିକରଣର ଏକ ଇଞ୍ଜିନ ଭାବେ ପରିଗଣିତ କରାଯାଉଛି । ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରା ଙ୍କୁ ଆତ୍ମ ନିର୍ଭର କରିବାର ଏକ ଅଭିନବ ପଦକ୍ଷେପ ଯାହା ଆଜି ଅନେକ ମହିଳାଙ୍କ ପାଖରେ ପହଂଚିଛି  । ସରକାର ମହିଳା ମାନଙ୍କ ବିକାଶ ପାଇଁ ସର୍ବଦା ଚେଷ୍ଟିତ। ନାରୀ ହେଉଛନ୍ତି ସୃଷ୍ଟିର ଆଧାର ଏବଂ ଜଗତସିଂହପୁର ଜିଲ୍ଲାର ମା ମାନେ ସାହାସୀ ଓ କର୍ମଠ । ନାରୀ ଶକ୍ତି ବିନା ପ୍ରଗତି ଅସମ୍ଭବ।

ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ସଭାରେ ଉପସ୍ଥିତ ରହି କହିଥିଲେ ଯେ ମହିଳା ସଶକ୍ତିକରଣ ପାଇଁ ଆମର ଚିନ୍ତାଧାରା କୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ସେ ନାରୀ ସମାନତା କୁ ଗୁରୁତ୍ବ ଦେଇ କହିଥିଲେ ଯେ ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ଅସମାନତା ରହିବା ଉଚିତ ନୁହେଁ ।

ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ସଭାରେ ଉପସ୍ଥିତ ରହି କହିଥିଲେ ଯେ ମହିଳା ମାନେ ଆଜି ଶିକ୍ଷା, ସ୍ବାସ୍ଥ୍ୟ ଏବଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ସମାଜ ର ଶୀର୍ଷ ସ୍ଥାନରେ ପହଂଚିଛନ୍ତି ଓ ଏହି ସୁଭଦ୍ରା ଯୋଜନା ନିଶ୍ଚିତ ଭାବରେ ପ୍ରତ୍ୟେକ ମହିଳାଙ୍କୁ ଆର୍ଥିକ ଭାବେ ସ୍ବଚ୍ଛଳ ଓ ସ୍ବାବଲମ୍ବୀ କରିଛି ।

 ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ  ସଭାରେ ଉପସ୍ଥିତ ରହି କହିଥିଲେ ଯେ ସୁଭଦ୍ରା ଯୋଜନା ପାଇଁ ଆଜି ମହିଳା ମାନଙ୍କ ଅର୍ଥନୈତିକ ମାନଦଣ୍ଡ ସୁଦୃଢ ହୋଇପାରିଛି । ସେ ମହିଳା ଙ୍କ ଶିକ୍ଷିତ ହେବା ନେଇ ଗୁରୁତ୍ୱାରୋପ କରିଥିଲେ ।

 ପ୍ରାରମ୍ଭ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ବିଷ୍ଣୁପ୍ରିୟା ସେଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳତା ବିଷୟରେ କହିଥିଲେ।

ସୂଚନାଯୋଗ୍ୟ କି, ଆଜି ଜଗତସିଂହପୁର ଜିଲ୍ଲାରୁ ସର୍ବମୋଟ୨୭୯୫୦୯  ଜଣ ହିତାଧିକାରୀ ପଞ୍ଚମ କିସ୍ତିର ଟଙ୍କା ନିଜ ବ୍ୟାଙ୍କ  ଖାତାରେ ପାଇଛନ୍ତି ।

ସମସ୍ତେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିବା ସହ ବିଭିନ୍ନ ବ୍ଲକ୍ ରୁ ଆସିଥିବା କୁଶଳୀ ସୁଭଦ୍ର ହିତାଧିକରି ଙ୍କୁ  ଅତିଥି ମାନେ ସମ୍ମାନିତ କରିଥିଲେ। ଜଗତସିଂହପୁର ବ୍ଲକ ର କଦୁଅପଡା ପଞ୍ଚାୟତ ର ଚନ୍ଦ୍ରାବଳି ଖଟୁଆ ସୁଭଦ୍ରା ରାଶିରେ ନିଜର ଝୋଟ ତିଆରି ସାମଗ୍ରୀ ର ବିକ୍ରୟ ଓ ସଫଳତା ବିଷୟରେ କହିଥିଲେ।ସେହିପରି ରଘୁନାଥପୁର ବ୍ଲକ୍ ର ଚିକିଣିଆ ପଞ୍ଚାୟତ ର  ହେମାଳିନ ମଲ୍ଲିକ ସୁଭଦ୍ରା ରାଶି ରେ ନିଜର ଛୋଟ ବିୟୁଟି ପାର୍ଲର କରିବାର ଅନୁଭୂତି ବର୍ଣ୍ଣନା କରିଥିଲେ। କୁଜଙ୍ଗ ବ୍ଲକ ର ମଙ୍ଗରାଜପୁରର ପାୟଲ ମାଝୀ ନିଜ ଟେଲରିଂ ବ୍ୟବସାୟ ବିଷୟରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶେଷରେ ଶ୍ରୀମତି ତପସ୍ଵିନୀ ସାହୁ,ଜିଲ୍ଲା ପ୍ରକଳ୍ପ ସଂଯୋଜିକା, ମମତା ଯୋଜନା  ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ସହର ର ବୁଦ୍ଧିଜୀବୀ, ଆଇନଜୀବୀ, ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *