ଶତାୟୁ ଧର୍ମପ୍ରାଣ ମହିଳା ଙ୍କ ବିୟୋଗରେ  ଶ୍ରଦ୍ଧାଞ୍ଜଳି

ମାହାଙ୍ଗା,୦୯/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗ୍ରାମର ଧର୍ମପ୍ରାଣ ଶତାୟୁ ମହିଳା ଲକ୍ଷ୍ମୀପ୍ରିୟା ରଣାଙ୍କ ଏକାଦଶ ତିଥିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏଥିରେ କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ବର୍ଗୀୟା ଲକ୍ଷ୍ମୀଦେବୀଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। କୋରାପୁଟ ଏନ ଏ ସି ଚେୟାରମ୍ୟାନଙ୍କ ପ୍ରତିନିଧି ବିଜୟ କୁମାର ଦଳାଇ,ସୁବର୍ଣ୍ଣପୁର ଅଂଚଳର ସମାଜସେବୀ ଦେବେନ୍ଦ୍ର ସାହୁ,ବଲାଙ୍ଗୀର ପିତାମ୍ବର ଧରୁଆ, ଅନୁଗୁଳ ଜିଲ୍ଲାର ବସନ୍ତ କୁମାର ସାହୁ,ନିରଞ୍ଜନ ନାୟକ,ଡମ୍ବରୁ ପାତ୍ର,ଜଗଦୀଶ ଗୁରୁ,ଲଲାଟେନ୍ଦୁ ଗୁରୁ,ସଞ୍ଜୟ ଓତା,ଶୁଭେନ୍ଦୁ ମାଝି,ଧର୍ମେନ୍ଦ୍ର ନାୟକ,ରୁଦ୍ର କୁମାର ସାହୁ, ଡାକ୍ତର ଅଭିମନ୍ୟୁ ସାହୁ,ଦୀପକ କୁମାର ସେନାପତି,ରଶ୍ମି ରଞ୍ଜନ ନାୟକ,କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ପଦ ମହାନ୍ତି, ଗିରିଜା ରାଉତ,ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ପାତ୍ର ,ମୂଳବସନ୍ତ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କର,ପୂର୍ବତନ ସରପଞ୍ଚ ଅଭିନ ଯେନା,ରଞ୍ଜିତ ଭୂୟାଁ,ଅଜୟ ମହାନ୍ତି,ସୁରେନ୍ଦ୍ର ସାମଲ ,ନଗେନ ବେହୁରା, ନିରଞ୍ଜନ ମୁଦୁଲି, କେଦାରେଶ୍ୱର ପୁହାଣ, ରବୀନ୍ଦ୍ର ପୃଷ୍ଟି, ପୂର୍ବତନ ସମିତିସଭ୍ୟ ଲକ୍ଷ୍ମୀଧର ବେହେରା,ରାକେଶ ବେହେରା ପ୍ରମୁଖ ଯୋଗଦେଇ ଲକ୍ଷ୍ମୀ ଦେବୀଙ୍କୁ ଜଣେ ପରୋପକାରୀ, ସ୍ନେହୀ, ଧର୍ମପ୍ରାଣ ମହିଳା ବୋଲି କହିଥିଲେ । ସ୍ବର୍ଗୀୟା ଲକ୍ଷ୍ମୀ ଦେବୀଙ୍କ ପୁତ୍ର ପଶୁସ୍ୱାସ୍ଥ୍ୟ ବିଭାଗ ରାଜ୍ୟ ଅଣ ଗେଜେଟେଡ଼ ସଂଘ ସଭାପତି ଉପେନ୍ଦ୍ର ନାଥ ରଣା, ପୁତ୍ର କପିଳ ଚନ୍ଦ୍ର ରଣା,ପୁତ୍ର ରବୀନ୍ଦ୍ର ରଣା,ପୁତ୍ର  ସଚିନ୍ଦ୍ର ରଣା,ଜ୍ବାଇଁ ନାତି ନାତୁଣୀ ଆତ୍ମୀୟ ସ୍ୱଜନ ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦିବଂଗତ ଲକ୍ଷ୍ମୀଦେବୀଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ  କରିଥିଲେ ।

Leave a Reply

Your email address will not be published. Required fields are marked *