କେନ୍ଦ୍ରାପଡ଼ା ଜିଲାରୁ ଏକମାତ୍ର ସଫଳ ଯୁବ ଉଦ୍ୟୋଗୀ ଦେବଜୀତା ସମ୍ବର୍ଦ୍ଧିତ

ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଏମଏସଇ ସେକ୍ଟର ର ରୋଲ ମଡ଼େଲ ବା ଆଦର୍ଶ  ଭାବେ ରାଜ୍ୟ ସରକାର ଙ୍କ ଦ୍ୱାରା ସମ୍ବର୍ଦ୍ଧିତ

କେନ୍ଦ୍ରାପଡ଼ା,୦୩/୦୨/୨୦୨୫ (ଓଡ଼ିଶା ସମାଚାର)- ଗତ ଜାନୁଆରୀ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଭୁବନେଶ୍ବର  ଜନତା ମଇଦାନରେ  ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ବା ଶିଳ୍ପ ମହାକୁମ୍ଭ ଅନୁଷ୍ଠିତ ହୋଇଥିଲା । ଏହି ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ବା ଶିଳ୍ପ ମହାକୁମ୍ଭ  କୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏଥିରେ ରାଜ୍ୟ ତଥା ଦେଶ ବିଦେଶର ବହୁ ସଂଖ୍ୟାର ବିଶିଷ୍ଟ ଶିଳ୍ପପତିମାନେ ଯୋଗଦେଇଥିଲେ । ରାଜ୍ୟର ଶିଳ୍ପଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଶିଳ୍ପ ମହାକୁମ୍ଭ ରେ ସଫଳ ଉଦ୍ୟୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲେଶ୍ୱର , ଗଂଜାମ , ଯାଜପୁର , କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରୁ ୩ ଜଣ ଲେଖା, ବୈାଦ୍ଧ , ମାଲକାନାଗିରି, କେନ୍ଦ୍ରାପଡ଼ା ,ନୂଆପଡ଼ା ଓ ରାୟଗଡ଼ା ଜିଲା ରୁ ଜଣେ ଲେଖା ଏହିପରି  ୪୦ ବର୍ଷରୁ କମ୍ ବୟସର ରାଜ୍ୟର ମୋଟ୍ ୬୦ ଜଣ ଯୁବ ଶିଳ୍ପଦ୍ୟୋଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ସଫଳ ଉଦ୍ୟୋଗ ପ୍ରତିଷ୍ଠାରେ ସେମାନଙ୍କ ଉତ୍ସର୍ଗୀକୃତତା, କଠିନ ପରିଶ୍ରମକୁ ସ୍ୱୀକୃତି ଦେଇ ଏମଏସଇ ସେକ୍ଟର ର ରୋଲ ମଡ଼େଲ ବା ଆଦର୍ଶ  ଭାବେ ରାଜ୍ୟ ସରକାର ସମ୍ମାନିତ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରୁ ଯେଉଁ ଜଣେ ମାତ୍ର ସଫଳ ଉଦ୍ୟୋଗୀ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି ସେ ହେଉଛନ୍ତି ଦେବଜୀତା କାନୁନଗୋ । ସେ ହେଉଛନ୍ତି ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଂଚାୟତ ଜୟତଳଙ୍ଗ ଗ୍ରାମର ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ ଙ୍କ ଝିଅ ଓ ଡ଼େରାବିଶ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତ ନଛିପୁର ଗ୍ରାମର ସମ୍ବିତ କିଶାନ ଦାସ ଙ୍କ ପତ୍ନୀ ତଥା ମନୋରଂଜନ ଦାସଙ୍କ ବୋହୁ  । ସେ ନିଜ ଘର ନିକଟରେ ନୃସିଂହନାଥ ଆସ (ପାଉଁଶ) ଇଟା କାରଖାନା ପ୍ରତିଷ୍ଠା କରି ସଫଳତା ହାସଲ କରିଛନ୍ତି । ଦେବଜୀତା ରାଜ୍ୟ ସରକାରଙ୍କ ଦ୍ୱାରା ସଫଳ ଉଦ୍ୟୋଗୀ ଭାବେ ସମ୍ବର୍ଦ୍ଧିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା  ଓ ଅଭିନନ୍ଦନ ପହଂଚୁଛି ।

Leave a Reply

Your email address will not be published. Required fields are marked *