କିଶନନଗର ଡାକ୍ତରଖାନା ପରିସରରେ ନିର୍ମାଣାଧୀନ କୋଠା କାର୍ଯ୍ୟ ନିମ୍ନମାନର ଅଭିଯୋଗ

କଟକ ସଦର, ୦୯/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କିଶନନଗର ଡାକ୍ତରଖାନା ପରିସରରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ(ଏନ୍ ଏଚ୍ ଏମ୍) ପକ୍ଷରୁ ୯୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା କୋଠା ନିମ୍ନମାନର ବୋଲି ଅଭିଯୋଗ ହେଉଛି। ଏଥିପାଇଁ ଏହାର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ ନିର୍ମାଣ ସ୍ଥଳରେ ସୂଚନା ଫଳକ ଦିଆ ନଯାଇ ମନଇଛା ନିମ୍ନମାନର କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଆସୁଥିଲା ବେଳେ ବିଭାଗୀୟ ଯନ୍ତ୍ରୀ ଏଥିପ୍ରତି କର୍ଣ୍ଣପାତ ନକରିବା କାହା ସ୍ବାର୍ଥରେ ବୋଲି ଚର୍ଚ୍ଚା ହେଉଛି। ସେଥିରେ ନିର୍ମାଣ ପାଇଁ ବ୍ୟବହାର କରାଯାଉଥିଵା ପୁରୁଣା କଳଙ୍କି ଲଗା ଟାଟା ପରିବର୍ତ୍ତେ ଟାଇଟନ ରଡ୍ ଵ୍ୟଵହାର ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଅଞ୍ଚଳର ଅବସର ପରେ ନୂଆ ନୂଆ ରାଜନୀତି ରେ ପାଦ ଥାପିଥିବା ଜନୈକ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ଠିକାଦାର ଏଭଳି ନିମ୍ନ ମାନର କାର୍ଯ୍ୟ କରିବାକୁ ପଛାଉ ନାହାଁନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *