ଭୁବନ ୨୧/୧୨/୨୦୨୩ (ଓଡ଼ିଶା ସମାଚାର)-ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ, ନୂଆ ବଜାର ଭୁବନ ତରଫରୁ ପବିତ୍ର ମାଣବସା ଶେଷ ଗୁରୁବାର ପାଳିତ ହୋଇଯାଇଛି। ପ୍ରାତଃ ସାଢେ଼ ୫ ଘଟିକା ସମୟରେ ମା ଲକ୍ଷ୍ମୀ ଙ୍କ ମନ୍ଦିର ରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟାରେ ସିଦ୍ଧାର୍ଥ ଟି ଭି ଫେମ୍ ସୁନାମ ଧନ୍ୟ ପ୍ରବଚକ ତଥା ଗାୟକ ଶିବ ପ୍ରସାଦ ଓ ସାଥୀ କଳାକାର ଙ୍କ ଦ୍ଵାରା ନୂଆ ବଜାର ( ବସଷ୍ଟାଣ୍ଡ) ରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।ଶିବ ପ୍ରସାଦ ଙ୍କ ଭକ୍ତି ସଙ୍ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।ଭଜନ ସନ୍ଧ୍ୟା ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଓ ସମ୍ପାଦକ ବସନ୍ତ କୁମାର ପୋଥାଳ ଙ୍କ ତତ୍ତ୍ଵାବଧାନରେ ରେ ସମସ୍ତ କାର୍ଯ୍ୟକର୍ତ୍ତା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।
ନୂଆ ବଜାର ବଣିକ ସଂଘ ତରଫରୁ ମାଣବସା ଶେଷ ଗୁରୁବାର ପାଳିତ
