ପାଟଣାଗଡ଼ କୁ ହରେଇ ଫାଇନାଲରେ ଜୟପୁର

ଜୁନାଗଡ଼, ୨୧/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଚନ୍ଦୁ ସାହାଣୀ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ର ପ୍ରଥମ ସେମି ଫାଇନାଲ ରେ ପାଟଣାଗଡ଼ କୁ ହରାଇ ଜୟପୁର ଫାଇନାଲ କୁ ଉନ୍ନୀତ ହୋଇଛି । ଟସ ଜିତି ଜୟପୁର ବୋଲିଂ କରିବା ନିଷ୍ପତି ନେଇ ଥିଲେ । ପାଟଣାଗଡ଼ ପ୍ରଥମ ବେଟିଙ୍ଗ କରି ୨୯ ଓଭର ଏକ ବଲ ରେ ସମସ୍ତ ଉଇକେଟ ହରାଇ ୧୬୫ ରନ କରିଥିଲେ । ଜବାବ ରେ ଜୟପୁର ଟିମ ୧୬ ଓଭର ରେ ତିନି ଉଇକେଟ ହରାଇ ୧୬୮ ର ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ମେନ ଅଫ ଦି ମ୍ୟାଚ ବୈଭବ ରାଉତ ପାଇ ଥିଲେ । ଆଜିର ଖେଳ ରେ ମୁଖ୍ୟ ଅତିଥି ଭାବେ ସମାଜ ସେବି ଉଦ୍ଧବ ଚରଣ ସାହୁ, ନୀଳକଣ୍ଠ ରାଉତ, ମୁନୁ ସାହୁ ଯୋଗଦାନ କରିଥିଲେ । ଖେଳ ପରିଚାଳନା କରିଥିଲେ ବିପ୍ଳବ ସିଂ ଓ ସତୀଶ ପ୍ରଧାନ । ସ୍କୋର ମୁକେଶ ପୋଡ଼ କମେଣ୍ଟ୍ରି ନୀତିଶ ମହାପାତ୍ର, ମାନସ ସାହୁ, ବିଶ୍ୱ ସାହୁ, ସୁଖବିନ୍ଦର ସିଂ କରିଥିବା ବେଳେ ଡିଜିଟାଲ ସ୍କୋର ରୀତିକ ବେହେରା ଓ ୟୁ ଟ୍ୟୁବ ରେ ଆର ଆର ଲାଇଭ ଷ୍ଟ୍ରିମ ଚାନେଲ ରେ ଖେଳ ର ସିଧା ପ୍ରସାରଣ କରୁଛନ୍ତି ରୋହିତ ରତ୍ନାଲୁ । ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ସଭାପତି ହିମାଂଶୁ ବରାଡ଼, ଉପ ସଭାପତି ସରୋଜ ପଣ୍ଡା ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଓ ତୃତୀୟ ଅମ୍ପାୟାର ଭାବେ ସମୀର ସାହୁ ଦାୟିତ୍ୱ ତୁଲାଇ ଥିଲେ ।

Leave a Reply

Your email address will not be published. Required fields are marked *